କେନ୍ଦୁଆପଦାରେ ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ଠାରେ ବରଡେଶ୍ୱର ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ନବ କିଶୋର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଉଦ୍‌ଘାଟନ କରି ଦଳ ପକ୍ଷରୁ ୩୦ ମଇରୁ ଜୁନ୍ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ହେବାକୁ ଥିବା ମହାଜନସଂପର୍କ ଅଭିଯାନ ସଂପର୍କରେ ସୂଚନା ଦେଇଥିଲେ । ସେହିପରି ଦଳର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ ଯୋଗ ଦେଇ ଦଳକୁ ବୁଥ୍ ସ୍ତରରୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । କେନ୍ଦୁଆପଦା ସରପଞ୍ଚ ପ୍ରମୋଦ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ସନ୍ତୋଷ ନାୟକ, ତୋଡଗାଁ ସରପଞ୍ଚ ମାନସ ପହି, ସମିତି ସଭ୍ୟ ଉଦ୍ଧବ ସେଠୀ, ବରିଷ୍ଠ ନେତା ଶଙ୍କର୍ଷଣ ଜେନା, ଜିତେନ୍ଦ୍ର ନାୟକ, ଧ୍ରୁବ ଚରଣ ମାଝୀ, ତପନ ବାରିକ, କିଶୋର ବିଶ୍ୱାଳ, ଯୁବମୋର୍ଚ୍ଚା ସଭାପତି ଲରେନ୍ସ ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଉର୍ବଶୀ ଜେନା, ଏସ୍‌.ସି ମୋର୍ଚ୍ଚା ସଭାପତି ପୀତବାସ ଜେନା, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ବାରିକ, ନିରଞ୍ଜନ ଭୂୟାଁ, ଲକ୍ଷ୍ମୀଧର ଖିଲାର ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱନାଥ ନାୟକ, ତାପସ ଜେନା, ପ୍ରଶାନ୍ତ ଦାଶ, ଗୟାଧର ପ୍ରଧାନ, ମହେଶ୍ୱର ରାଉତ, ରତ୍ନାକର ବିଶ୍ୱାଳ, ମହେଶ୍ୱର ସେଠୀ, କବିତା ବେହେରା, ସିନାରାଣୀ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ମାନସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ