କେନ୍ଦୁଆପଦା ପଞ୍ଚାୟତ କମିଟି ଗଠନ କଲା କଂଗ୍ରେସ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦୁଆପଦା ପଞ୍ଚାୟତ କମିଟି ଗଠନ ହୋଇଥିବା ଜଣାଯାଇଛି । ସଭାପତି ଭାବେ ମନୋରଞ୍ଜନ ମହାପାତ୍ର, ଉପସଭାପତି ନାରାୟଣ ପ୍ରଧାନ, ସାଧାରଣ ସଂପାଦକ ରଂଜନ କୁମାର ଦାସ, ପ୍ରହଲ୍ଲାଦ ସାହୁ, ଦୁଃଶାସନ ଜେନା, ବୈଶାଖୀ ମଲ୍ଲିକ, ଦିଲୀପ ପ୍ରଧାନ, ଗଣେଶ କର, ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ସାହୁ, ମହିଳା କଂଗ୍ରେସ ସଭାପତି ଅନୁପମା ପହି, ଆର୍.ଜି.ପି.ଆର.ଏସ୍ ସଭାପତି ଭାଗିରଥି ସେଠୀ ମନୋନୀତ ହୋଇଥିଲେ । ଆମ୍ପୋର ଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ ସଭାପତିତ୍ୱ କରିଥିଲେ । ଏଥିରେ ଜିଲା ରାଜୀବ ଗାନ୍ଧୀ ଫାଉଣ୍ଡେସନ ସଭାପତି ପ୍ରଦ୍ୟୁମ୍ନ ଦାସ, ଜିଲା ସାଧାରଣ ସଂପାଦକ ସ୍ମୃତି ରଂଜନ ସ୍ୱାଇଁ, ରାଜ୍ୟ ଛାତ୍ର ସଂପାଦକ ସାଦ୍ ସିଦ୍ଦିକ୍, ବ୍ଲକ ଉପସଭାପତି ନିରଞ୍ଜନ ମଲ୍ଲିକ, ସଂପାଦକ ଉଲ୍ଲାସ ଜେନା, ମାର୍କଣ୍ଡ ବେହେରାଙ୍କ ସମେତ ବିଭିନ୍ନ ୱାର୍ଡରୁ କର୍ମୀ ମାନେ ଯୋଗ ଦେଇଥିଲେ ।