କେନ୍ଦୁଆପଦା ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦାସ୍ଥିତ ଡଃ.ହରେକୃଷ୍ଣ ମହତାବ ସ୍ମାରକୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଡଃ.ଅଞ୍ଜଳୀ ଖୁଣ୍ଟିଆ ଯୋଗ ଦେଇ ନିଜ ଘର ଓ ନିଜ ମନକୁ ସ୍ୱଚ୍ଛ ରଖିଲେ ସାରା ଦୁନିଆ ସ୍ୱଚ୍ଛ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସର, ରାସ୍ତାଘାଟ ଆଦି ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ବାରିକ, ରମେଶ ଚନ୍ଦ୍ର ମହାରଣା, ପ୍ରଶାନ୍ତ କୁମାର ବେହେରା, କ୍ରୀଡା ଶିକ୍ଷକ ଶ୍ରୀନିବାସ ଲେଙ୍କା, ସହକାରୀ ଲାଇବ୍ରେରୀଆନ୍ ହେମନ୍ତ କୁମାର ଜେନା ସହଯୋଗ କରିଥିଲେ ।


