କେନ୍ଦୁଆପଦା ରେଳ ଷ୍ଟେସନ ପରିଦର୍ଶନରେ କେନ୍ଦ୍ରୀୟ ଟିମ୍

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କେନ୍ଦୁଆପଦା ରେଳ ଷ୍ଟେସନରେ ରେଳବାଇର କେନ୍ଦ୍ରୀୟ ଟିମ୍ ପହଞ୍ôଚ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କରିଥିଲେ । ଷ୍ଟେସନରେ ଯାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ସହ ଷ୍ଟେସନ ପରିସର ବୁଲି ଦେଖିଥିଲେ । ବିଶେଷକରି ବନ୍ତ ବ୍ଲକବାସୀଙ୍କର ମୁଖ୍ୟ ଦାବୀ କେନ୍ଦୁଆପଦା ଠାରେ ରେଲୱେ ଫୁଟ୍ ଓଭରବ୍ରିଜ୍ ନିର୍ମାଣକୁ ଟିମ୍ ଗୁରୁତ୍ୱ ଦେଇଥିଲା । ସେହିପରି ଉକ୍ତ ଷ୍ଟେସନରେ ଥିବା ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା, ଅଧିକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା, ଦକ୍ଷିଣ କ୍ୟାବିନରୁ ଉତ୍ତର କ୍ୟାବିନ୍ ପର୍ଯ୍ୟନ୍ତ ଏ.ଟି.କରେଣ୍ଟ ସଂଯୋଗ, ଆଲୋକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି ଖୁବ୍ଶିଘ୍ର ଏହା କାର୍ଯ୍ୟକାରୀ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଏହି ଟିମ୍ରେ କେନ୍ଦ୍ର ରେଳବାଇ ପାସେଞ୍ଜର ସର୍ଭିସ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପନ୍ଥ, ଏ.ଡି.ଆର୍.ଏମ୍ ରଞ୍ଜନ କୁମାର, ଏସ୍ଆର.ଡି.ସି.ଏମ୍.ପି ସାମଲ, ରେଲୱେ ବୋର୍ଡ ସଦସ୍ୟ ପଞ୍ଚାନନ ରାଉତ, ପି.ଭେଙ୍କଟ ରାଓ, ସତ୍ୟବ୍ରତ ଦତ୍ତ ପ୍ରମୁଖ ସାମିଲ ଥିଲେ । ଏହି ଅବସରରେ ଷ୍ଟେସନ ମାଷ୍ଟର ସୁଶାନ୍ତ କୁମାର ବେହେରା, ଅବସରପ୍ରାପ୍ତ ଷ୍ଟେସନ ମାଷ୍ଟର ଅନନ୍ତ ଚରଣ ଲେଙ୍କା, ହରିଶ୍ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ, ଶିକ୍ଷାବିତ୍ ମୂରଲୀଧର ଲେଙ୍କା, ଶିକ୍ଷକ ଶଶୀ ଶେଖର କରଶର୍ମା, କିଶୋର ଚନ୍ଦ୍ର ଦାଶ, ମହେଶ୍ୱର ଲେଙ୍କା, ବିଜେପି ନେତା ବାମଦେବ ଦାସ, ସୁଧାକର ଧଳ, ଶେଖର ବିଶ୍ୱାଳ, ତାପସ ଖଣ୍ଡେଇ, ମାନସ ପାତ୍ର, ଭାସ୍କର ଚନ୍ଦ୍ର ସେନାପତି, ପ୍ରେମାନନ୍ଦ ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ