କେନ୍ଦୁଆପଦା ହାଇସ୍କୁଲରେ ଏନସିସି ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ କେନ୍ଦୁଆପଦା ହାଇସ୍କୁଲରେ ଏନସିସି ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ଦାସ ପତାକା ଉତ୍ତୋଳନ କରିଥିଲେ । ଫାଷ୍ଟ ଅଫିସର ଶଶୀ ଶେଖର କରଶର୍ମା ପ୍ୟାରେଡ ପରିଚାଳନା କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ମଣିଭଦ୍ର ମିଶ୍ର ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କ୍ୟାଡେଟ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ବଜାର ଓ ସ୍କୁଲ ପରିସର ସଫେଇ କରାଯିବା ସହିତ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ୭୨ ଜଣ କ୍ୟାଡେଟ୍ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟରେ ଶିକ୍ଷକ ଧରଣୀସେନ ଜେନା, ବିଭୁତି ଭୂଷଣ ପଣ୍ଡା, କର୍ମଚାରୀ କୈଳାସ ଜେନା ସହଯୋଗ କରିଥିଲେ ।


