କେନ୍ଦୁଆପଦା ହାଇସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶଶୀ ଶେଖର କରଶର୍ମାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କେନ୍ଦୁଆପଦା ବଜାର ପରିକ୍ରମା କରିଥିଲା । ପରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶୀ ଶେଖର କରଶର୍ମା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ମଣିଭଦ୍ର ମିଶ୍ର, ତରଣୀସେନ ଜେନା, ଶ୍ୟାମ ସୁନ୍ଦର ସେଠୀ, ଶିକ୍ଷୟତ୍ରୀ ଶୁଭଶ୍ରୀ ପତି ପରିବେଶ ପ୍ରଦୂଷଣ ଯୋଗୁ ବିଶ୍ୱବାସୀ ଅତିଷ୍ଠ ହୋଇପଡିଥିବା ବେଳେ ବୃକ୍ଷରୋପଣ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ