କେନ୍ଦୁଆପଦା ହାଇସ୍କୁଲରେ ବନମହୋତ୍ସବ ସପ୍ତାହ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲ ପରିସରରେ ଭଣ୍ଡାରିପୋଖରୀ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ୭୦ତମ ବନମହୋତ୍ସବ ପାଳିତ ହୋଇଯାଇଛି । ବନପାଳ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନ ତଥା ପ୍ରଧାନ ଶିକ୍ଷକ ଅଧିର କୁମାର ତରେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ତଥା ଏନ.ସି.ସି ଫାଷ୍ଟ ଅଫିସର ଶଶୀଶେଖର କରଶର୍ମା, ବରିଷ୍ଠ ଶିକ୍ଷକ ଉତ୍ତମ କୁମାର ଦତ୍ତ, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ମଣିଭଦ୍ର ମିଶ୍ର, ଗଦାଧର ସେନାପତି, ତରଣୀସେନ ଜେନା ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପକାରିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ର୍ୟାଲି ବାହାରି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବନବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ ।