କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଉଦ୍ୟାପିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜେଲରୋଡସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଉଦ୍ୟାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କ୍ରୀଡା ପରିଦର୍ଶକ ଫକୀର ମୋହନ ମହାନ୍ତ ଯୋଗ ଦେଇ ଶିଶୁମାନଙ୍କ ମନରେ ସର୍ବଦା ଖେଳୁଆଡ ମନୋଭାବ ରହିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା, ସହ-ସଂପାଦକ ଦୀପକ କୁମାର ମହାକୁଳ, କୋଷାଧ୍ୟକ୍ଷ ବିଜୟ କୁମାର ଦିକ୍ଷୀତ ଉପସ୍ଥିତ ଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦୁୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାରେ ମୋଟ ୬୦ଟି ଖେଳରେ ଭାଇ ୬୧୫ଜଣ ଓ ଭଉଣୀ ୫୯୫ ଜଣ ଭାଗ ନେଇଥିଲା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉଦ୍ୟାପନୀ ସମାରୋହରେ ଶିଶୁଙ୍କ ଦ୍ୱାରା ନୃତ୍ୟ, ପିରାମିଡ, ବ୍ୟାୟାମ ଯୋଗ, ଡମ୍ବରୁଯୋଗ, ସୂର୍ଯ୍ୟ ନମସ୍କାର ଆଦି ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିରଂଚି ନାରାୟଣ ମହାନ୍ତ ବାର୍ଷିକ କ୍ରୀଡା ବିବରଣୀ ପଠନ କରିଥିବା ବେଳେ ଅନ୍ୟ ସମସ୍ତ ଗୁରୁଜୀଗୁରୁମା, ସେବକସେବିକା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ