କେନ୍ଦୁଝର ଜିଲାର ବଭିନ୍ନ ସ୍ଥାନରେ ସିପିଆଇର ଶତବାର୍ଷିକୀ ଉତ୍ସବ ପାଳନ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜିଲାର ବିଭିନ୍ନ ସ୍ଥାନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରା ଯାଇଛି।ବଡବିଲଠାରେ ସିପିଆର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସାଥୀ ମହେଶ୍ବର ରାଉତ ପତାକା ଉତ୍ତୋଳନ କରିବା ସହ ଜିଲା ସଂପାଦକ ସାଥୀ କପିଳ ମହାନ୍ତି, ସାଥୀ ବଦ୍ରୁ ଜାମା ଉପସ୍ଥିତ ସାଥୀ ମାନଂକୁ ଉଦବୋଧନ ଦେଇଥିଲେ। ଜିଲିଂ ଠାରେ ଜୋନ୍ ସଂପାଦକ ସାଥୀ କାହ୍ନୁଚରଣ ସାମଲ ପତାକା ଉତ୍ତୋଳନ କରିବା ସହ ରାଜାରାମ ମୁଣ୍ଡା, ବାଗରା ଚାତାର, ରେଘା ମାଝି, ଭୀମ ଲୋହାର, ପ୍ରମୋଦ ଶୁକ୍ଲା ବକ୍ତବ୍ୟ ରଖିଥିଲେ।ଶୁଆକାଟୀଠାରେ ଜୋନ ସଂପାଦକ ସାଥୀ ହୃଦାନନ୍ଦ ପାତ୍ର ପତାକା ଉତ୍ତୋଳନ କରିବା ସହ ଜିଲା ସହ ସଂପାଦକ ସାଥୀ ଶ୍ରୀହରି ଘଣା , ବୀରଂଚି ଦେହୁରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।୧୯୨୫ ମସିହା ଡିସେମ୍ବର ୨୬ ତାରିଖରେ ଉତ୍ତରପ୍ରଦେଶର କାନପୁର ସହରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ପ୍ରତିଷ୍ଠା କରା ଯାଇଥିଲା। ଦେଶକୁ ସ୍ବାଧିନ କରିବା , ଗଣତନ୍ତ୍ର ପ୍ରତିଷ୍ଠା ଓ ସମାଜରେ ଦଳିତ,ଆଦିବାସୀ,ଶ୍ରମିକ,କୃଷକ,ଯୁବ,ଛାତ୍ର,ମହିଳା, ଯୁବ, ଛାତ୍ର ସମସ୍ତଂକୁ ସମାନ ଅଧିକାର ମିଳିବା ପାଇଁ ସିପିଆଇ ଆନ୍ଦୋଳନ ଜାରି ରଖି ଆସିଛି। ବ୍ରିଟିଶ ବିରୁଦ୍ଧରେ କମ୍ୟୁନିଷ୍ଟ ମାନେ ହିଁ ସର୍ବପ୍ରଥମେ ପୂର୍ଣ୍ୱ ସ୍ବରାଜର ଡାକରା ଦେବା ସହ ଇନକିଲାବ ସ୍ଲେଗାନ ଆରମ୍ଭ କରିଥିଲେ। ସ୍ବାଧିନତା ସଂଗ୍ରାମରେ ପେଶଓ୍ବାର ଷଡଯନ୍ତ୍ର, କାନପୁର ଓ ମିରଟ ଷଡଯନ୍ତ୍ର, କାକୋରା ଓ ଲାହୋର ଷଡଯନ୍ତ୍ର, କଟକ ଷଡଯନ୍ତ୍ର ପରି ଅନେକ ଲଢେଇରେ କମ୍ୟୁନିଷ୍ଟମାନେ ଜେଲ ଯିବା ସହ କଳାପାଣି ଯାଇଥିଲେ।୧୯୪୨ ଅଗଷ୍ଟ ଆନ୍ଦୋଳନ ବେଳେ କମ୍ୟୁନିଷ୍ଟ ମାନେ ମହାରାଷ୍ଟ୍ରର ସତାରା ଓ ଉତ୍ତରପ୍ରଦେଶର ଘୋରେ ଠାରେ ସମାନ୍ତରାଳ ସରକାର ଗଠନ କରିଥିଲେ। ୧୯୪୬ ମସିହାରେ ନୌସେନା ବିଦ୍ରୋହ , ଆଜାଦହିନ୍ଦ୍ ଫୌଜ୍ ର ସେନାନୀ ମୁକ୍ତି ପାଇଁ, ହାଇଦ୍ରାବାଦ ନିଜାମ ଓ ରାଜକରଂକ ଅପଶାସନର ମୁକ୍ତି ଆନ୍ଦୋଳନ, ଗୋଆ ମୁକ୍ତି ସଂଗ୍ରାମରେ କମ୍ୟୁନିଷ୍ଟ ମାନେ ନେତୃତ୍ବ ନେଇଥିଲେ। ସ୍ବାଧିନତା ପରେ ଜମିଦାରୀ ପ୍ରଥା ଉଛେଦ,ଭୁସଂସ୍କାର, ରାଜା ମାନଂକର ଭତା ବନ୍ଦ, ବ୍ୟାଂକ,ବୀମା,ତୈଳ ଓ କୋଇଲାର ଜାତୀୟ କରଣ ଆନ୍ଦୋଳନ କମ୍ୟୁନିଷ୍ଟ ମାନଂକ ଦ୍ବାରା କରାଯାଇଥିଲା।ଓଡିଶାରେ ରାଜନୈତିକ,ସାମାଜିକ,ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରର ପ୍ରାଣକେନ୍ଦ୍ର କଟକ ସହରରେ କମ୍ୟୁନିଷ୍ଟ ପାର୍ଟି ମୁକ୍ତିଲାଭ କରିଥିଲା। ବ୍ରିଟିଶ ଗୁଳିରେ ମୃତ୍ୟୁବରଣ କରିଥିବା ସହିଦ ବାଜି ରାଉତ ଓ ଅନ୍ୟ ୬ ଜଣ ସହିଦଂକ ଐତିହାସିକ ଶବ ପଟୁଆର, ପଟିଆ ବନ୍ଧ ନିର୍ମାଣ ଆନ୍ଦୋଳନରେ ସାମିଲ ହେବା ସହ ଛାତ୍ର,ଯୁବକ, କୃଷକ ଓ ଶ୍ରମିକ ଆନ୍ଦୋଳନର ଅଗ୍ରଭାଗରେ କମ୍ୟୁନିଷ୍ଟ ମାନେ ରହି ଆସିଛନ୍ତି।ବର୍ତ୍ତମାନ ଦେଶରେ ସମ୍ବିଧାନ ଉପରେ ଆକ୍ରମଣ, ସାଂପ୍ରଗାୟିକ ଭେଦଭାବ ବୃଦ୍ଧି, ଅହେତୁକ ଦରଦାମ ବୃଦ୍ଧି, କ୍ଷୁଧା, ସ୍ବାସ୍ଥ୍ୟ ଅବବ୍ୟସ୍ଥା, ଶିକ୍ଷାର ବ୍ୟବସାୟୀକରଣ ଓ ଉତ୍କଟ ବେକାରୀ ସମସ୍ୟା ଭଳି ବହୁ ସଂକଟର ସମ୍ମୁଖୀନ ହେଉଛି ଆମ ଦେଶ। ଏହି ପରିପ୍ରେକ୍ଷୀରେ ସୀମିତ ଶକ୍ତି ମଧ୍ୟରେ କମ୍ୟୁନିଷ୍ଟ ଶହେ ବର୍ଷ ପୁର୍ତ୍ତିର ପାଳନ ଅବଶରରେ ଦେଶରେ ଗଣତନ୍ତ୍ର, ଧର୍ମନୀରପେକ୍ଷତା,ସମାଜବାଦର ଦୃଢ ପ୍ରତିଷ୍ଠା ଲକ୍ଷ ନେଇ ଆନ୍ଦୋଳରେ ସାମିଲ ହେବା ରାଜ୍ୟ ତଥା ଦେଶବାସୀଂକୁ ଆହ୍ବାନ କରୁଛୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ