କେନ୍ଦୁଝର ଜିଲ୍ଲାପାଇଁ ଗୌରବ ଆଣିଲେ ସମାଜସେବୀ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲାରେ ଅନେକ ସମାଜସେବୀ ସଂଗଠନ ଗଢ଼ି ଉଠିଛି । ଯେଉଁମାନେ କି ଅନେକ ଅସହାୟ, ଗରିବ ଲୋକମାନଙ୍କ ପାଇଁ ଅନ୍ଧର ଲଉଡି ସାଜିଛନ୍ତି । ଯେ କୌଣସି ମଡିକାଲରେ ରକ୍ତର ଆବଶ୍ୟକତା ହେଉ କିମ୍ବା ଡାକ୍ତରୀ ସୁବିଧା ସୁଯୋଗ ସବୁବେଳେ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ରାଜ୍ୟ ସମାଜସେବୀ ମହାସଂଘ ତରଫରୁ ଜିଲ୍ଲାର ଅସହାୟ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସମାଜସେବୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଛି । ସମାଜସେବୀ ମହାସଂଘ ତରଫରୁ ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ କୁମାର ନାୟକଙ୍କୁ ଜିଲ୍ଲା ସଂଯୋଜକ ଓ ଜିଲ୍ଲାର ଉପସଭାପତି ଭାବେ ନିଯୁକ୍ତ ନଦିଆଯାଇଛି । ସେହିପରି ଐଶୋର୍ଯ୍ୟା ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନର ପ୍ରତିଷ୍ଠାତା ଐଶୋର୍ଯ୍ୟାରାଣୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ସଂଯୋଜିକା ଭାବେ ନିଯୁକ୍ତି ଦିଆଯାଇ ଥିବାବେଳେ ସପୋଟିଭ ହ୍ୟାଣ୍ଡର ସଂଗଠନର ପ୍ରତିଷ୍ଠାତା ବିଶ୍ୱଜିତ ଦାସଙ୍କୁ ଅତିରିକ୍ତ ସମ୍ପାଦକ ତଥା ଜିଲ୍ଲା ସହ ସଂଯୋଜକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ରାଜ୍ୟ ମିଡିଆ ସେଲର ମୁଖ୍ୟ ଭାବେ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ ସେବାଟ୍ରଷ୍ଟର ପ୍ରତିଷ୍ଠାତା ଅଜୟ କୁମାର ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ମା ମଙ୍ଗଳା ଚ୍ୟାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଶେଷଦେବ ଓଝାଙ୍କୁ ରାଜ୍ୟ ସମାଜସେବୀ ମହାସଂଘର କାର୍ଯ୍ୟକାରିଣୀସଦସ୍ୟ ଭାବେ ମନୋନୀତ କରାଯାଇଛି । ମହାସଂଘର ସଭାପତି ତଥା ରାଜ୍ୟ ପରିବାର ଆଇନ ପରାମର୍ଶଦାତା ନରୋତ୍ତମ ଦାସ, ରାଜ୍ୟ ସମାଜସେବୀ ସଂଘର ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସମ୍ପାଦକ ନାରାୟଣ ସାହୁ ପ୍ରମୁଖ ଏଭଳି ଗୁରୁତ୍ୱପୁର୍ଣ୍ଣ ପଦବୀ ଦେଇଥବବାରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରାଜ୍ୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କେନ୍ଦୁଝର ଜିଲ୍ଲାର ଏହି କର୍ମକର୍ତ୍ତା ଓ ରାଜ୍ୟ ସଂଘକୁ ମନୋନୀତ କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।