କେନ୍ଦୁଝର ଜିଲ୍ଲାରେ ରାଷ୍ଟି୍ରୟ ଲୋକ ଅଦାଲତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଚଳିତ ତା ୧୪ା୧୨ା୨୦୨୪ ରିଖ ଶନିବାର ଦିନ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ବଡବିଲ,ହାଟଡିହୀ ଓ ତେଲକୋଇର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଗୁଡିକରେ ରାଷ୍ଟି୍ରୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ସମୁଦାୟ ୯୦୬୪ଟି ମକଦ୍ଦମା ସମାଧାନ ହୋଇ ୭ କୋଟି ୫ଲକ୍ଷ ୭୧ ହଜାର ୪୬୧ ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରାଷ୍ଟି୍ରୟ ଲୋକ ଅଦାଲତକୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତର ବିଚାରପତି ଇଂ ବିଘ୍ନେଶ୍ୱର ରାଓ,ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାସ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ,ଉପଖଣ୍ଡିୟ ବିଚାରପତି ସୁମିତ୍ରା ଦାସ,କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଅମ୍ବିକେଶ ପାଣିଗ୍ରାହୀ,ଆଦ୍ୟାଶା ମିଶ୍ର ନିଜ ନିଜ କୋର୍ଟ ଗୁଡିକରେ ମକଦ୍ଦମା ପରିଚାଳନା କରିଥିବାବେଳେ ପ୍ରାଧିକରଣର ସଚିବ ମାମି ବେହେରା ସମସ୍ତ କୋର୍ଟ ପରିଚାଳନା ଭାର ଓ ଲୋକ ଅଦାଲତର କାର୍ଯ୍ୟଭାର ସମ୍ଭାଳି ଥିଲେ । ଏହି ରାଷ୍ଟି୍ରୟ ଲୋକ ଅଦାଲତ ଗୁଡିକରେ ପ୍ରାକ୍ ବ୍ୟାଙ୍କ ମକଦ୍ଦମା ୬୩ଟି ମାମଲାର ସମାଧାନ ହୋଇ ୫୨ ଲକ୍ଷ ୬୫ ହଜାର ୩୫୪ ଟଙ୍କା,ପ୍ରାକ୍ ବିଏସ୍ଏନ୍ଏଲ୍ ମକଦ୍ଦମା ୮ଟି ସମାଧାନ ହୋଇ ୧୯ ହଜାର ୬୪୧ ଟଙ୍କା,ମୋଟର ଯାନ ଦୁର୍ଘଟଣା ୬୦ଟି ମାମଲାର ସମାଧାନ ହୋଇ ୪କୋଟି ୨୩ଲକ୍ଷ ୭୫ ହଜାର ଟଙ୍କା,ରାଜସ୍ୱ ମକଦ୍ଦମା ୮୭୩୮ଟି ସମାଧାନ ହୋଇ ୧୮ଲକ୍ଷ ୫୯ହଜାର ୭୧୨ ଟଙ୍କା,ଦେୱାନୀ ମକଦ୍ଦମା ୫୪ ଟି ସମାଧାନ ହୋଇ ୧କୋଟି ୫୮ଲକ୍ଷ ୩୦ ହଜାର ୮୮୭ ଟଙ୍କା,ଫୌଜଦାରୀ ୧୧୦ଟି ସମାଧାନ ହୋଇ ୫୦ଲକ୍ଷ ୨୮ ହଜାର ୮୬୭ ଟଙ୍କା,ପରିବାର ଅଦାଲତରେ ୯ଟି ମାମଲା ଫଇସଲା ହୋଇଥିଲା । ସ୍ଥାୟୀ ଲୋକ ଅଦାଲତ ଲୋକ ଉପଯୋଗୀ ସେବାର ମୋଟ ୨୧ଟି ମକଦ୍ଦମା ଫଇସଲା ହୋଇ ୧ଲକ୍ଷ ୯୨ ହଜାର ଟଙ୍କା ଆଦାୟ ହୋଇଥିଲା । ଖାଉଟି ଅଦାଲତର ମୋଟ ୧ଟି ମକଦ୍ଦମାର ଫଇସଲା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ଅଚୁ୍ୟତ ସାମନ୍ତରା,ନାଜିର ଅବିନାଶ ଦାସ,ଆଇନସେବା ପ୍ରାଧିକରଣର ପ୍ୟାନେଲ ଅଧିବକ୍ତା ରମଣୀ ରଞ୍ଜନ ସେଠୀ,ତାରିଣୀ ପ୍ରସାଦ ପୋଥାଳ,ଦୁର୍ଗା ପ୍ରସାଦ ମହାନ୍ତି,ମନୋଜ ମହାକୁଡ,ମାନସ ରଞ୍ଜନ ସାହୁ,କରୁଣାକର ବ୍ରହ୍ମ,ଅର୍ଚ୍ଚନା ଦାସ,ରେଣୁଦେବୀ ସିଂ,ପ୍ରାଧିକରଣର କର୍ମଚାରୀ ସତ୍ୟରଞ୍ଜନ ଦାସ,ସ୍ନେହଲତା ବାସ୍କେ,ଦେବବ୍ରତ କୁମାର ଦାସ,ମାନସ ରଞ୍ଜନ ନାଏକ,ଶିଶିର କୁମାର ସାହୁ ଉପସ୍ଥିତ ରହି ଲୋକ ଅଦାଲତରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ