କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ହେଲେ ମାଧବ ସର୍ଦ୍ଦାର

ଘଟଗାଁ(ଯୁଗାବ୍ଦ ନ୍ୟୁଜ୍‌):ବିଗତ କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଆସନକୁ ସାରା କେନ୍ଦୁଝର ଜିଲ୍ଲା ସରଗରମ ହୋଇ ରହିଥିଲା । ଶେଷରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ସର୍ଦ୍ଦାର ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମେ ଶୁକ୍ରବାର ଦିନ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ପରେ ଏକ ବିରାଟ ବିରାଟ ପଟୁଆରରେ ଦଳୀୟ ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ଘଟଗାଁ ସ୍ଥିତ ଜିଲ୍ଲା ନିର୍ବାଚିତ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ନିର୍ବାଚିତ ଅଧିକାରୀ ସଞୟ ମିଶ୍ରଙ୍କ ନିକଟରେ ଜିଲ୍ଲା ସଭାପତି ପାଇଁ ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗୋଟିଏ ସେଟ୍‌ରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ପ୍ରସ୍ତାବକ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ସମର୍ଥକ ଥିଲେ । ଅନ୍ୟସେଟ୍‌ରେ ଘଷିପୁରା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଯୁବନେତା ଦେବାଶିଷ୍ ପାତ୍ର ପ୍ରସ୍ତାବକ ଓ ଘଟଗାଁ ବ୍ଲକ୍ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା ସମର୍ଥକ ଥିଲେ । ତେବେ ଜିଲ୍ଲା ବିଜେଡି ସଭାପତି ଭାବେ ମାଧବ ସର୍ଦ୍ଦାରଙ୍କ ନାମ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଶ୍ରୀଯୁକ୍ତ ସର୍ଦ୍ଦାର ବିଜେଡି ମହାମହିମ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାସହିତ ଶ୍ରୀଯୁକ୍ତ ସର୍ଦ୍ଦାର ଏହାମଧ୍ୟ କହିଛନ୍ତି ଯେ କର୍ମୀଙ୍କୁ ନେତାଙ୍କ ସହ ଯୋଡି ଦଳକୁ ଅଧିକ ସଂଗଠିତ କରି କାର୍ଯ୍ୟ କରିବେ ଏବଂ ଲୋକାଭିମୁଖି ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବି ବୋଲି କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ସଭାପତି ହେବା ପରେ ଶ୍ରୀଯୁକ୍ତ ସର୍ଦ୍ଦାର କେନ୍ଦୁଝର ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସାଂସଦ ଚନ୍ଦ୍ରିଣୀ ମୁର୍ମୁ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତି, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଘଷିପୁରା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଯୁବନେତା ଦେବାଶିଷ୍ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର, କେନ୍ଦୁଖର କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି କାନନ ବିହାରୀ ପହି, ପୂର୍ବତନ ସାଂସଦ ଉପେନ୍ଦ୍ର ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିଳୀ ପାତ୍ର, ପୂର୍ବତନ ନଗରପାଳ ମୀନା ମାଝୀ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ, ସଦର ବ୍ଲକ୍ ବିଜେଡି ସଭାପତି ଚକ୍ରଧର ପରିଡା, ଝୁମ୍ପୁରା ବ୍ଲକ୍ ସଭାପତି କପିଲ ଆନସାରୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଞନ ବେଜ, ସହକାରୀ ନିର୍ବାଚନ ଅଧିକାରୀ ରାଧାଗୋବିନ୍ଦ ପଟ୍ଟନାୟକ ଜଗଦିଶ ଆପଟ୍ଟ, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଆଶିଷ୍ ଆଚାର୍ଯ୍ୟ ପ୍ରମୁଖ ସୁଭେଚ୍ଛା ଜଣାଇଥିଲେ । ତେବେ ମନେପକାଇବାର ବିଷୟ ଏହାକି ୧୯୯୨ରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିବା ମାଧବ କଂଗ୍ରେସ୍‌ରୁ ନିର୍ବାଚିତ ହୋଇ ୧୩ ମାସ ସରକାରରେ ୧୯୯୬-୯୮ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ ଏବଂ ୨୦୦୪ ଓ ୨୦୧୪ରେ ନିର୍ବାଚନରେ ସଦର ବିଧାନସଭା ଆସନରୁ କଂଗ୍ରେସ୍ ପ୍ରାର୍ଥୀ ହୋଇ ନିର୍ବାଚନ ଲଢି ପରାଜୟ ହୋଇଥିଲେ । ଶ୍ରୀଯୁକ୍ତ ସର୍ଦ୍ଦାର ବିଜେଡିରେ ଯୋଗ ଦେବା ପରେ ଜଣେ ଶୃଙ୍ଖଳୀତ କର୍ମୀ ଭାବେ କାର୍ଯ୍ୟ କରିବା ସହ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ମାତ୍ର ୧୧୨୪ ଖଣ୍ଡ ଭୋଟ୍‌ରେ ପରାଜୟ ହୋଇଥିଲେ । ତେବେ ଚଳିତ ବର୍ଷ ଦୀର୍ଘଦିନ ଧରି କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ପଦବିକୁ ନେଇ ରାଜନୀତି ସରଗରମ୍ ହୋଇପଡିଥିଲା । ଶେଷରେ ଶ୍ରୀଯୁକ୍ତ ମାଧବ ସର୍ଦ୍ଦାର ପ୍ରତି ଦଳୀୟ ହାଇକମାଣ୍ଡ ଆସ୍ଥାପ୍ରକଟ କରିଥିଲେ । ଅନ୍ୟପକ୍ଷରେ ଶ୍ରୀଯୁକ୍ତ ସର୍ଦ୍ଦାର ଜିଲ୍ଲା ବିଜେଡି ସଭାପତି ହେବା ଖବର ପାଇ ସମସ୍ତ ବିଜେର୍କର୍ମୀ, ବିଜେଡି ପ୍ରେମୀ ଓ ଜିଲ୍ଲାବାସୀ ମଧ୍ୟ ଖୁସିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ