କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ଛେନାପଦିଛକରେ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଲୋକର୍ପଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଛେନାପଦିଛକ ଠାରେ ଏକ ଥଣ୍ଡା ପାନୀୟଜଳ ଯୋଗାଣ ପ୍ରକଳ୍ପର ଲୋକର୍ପଣ କରାଯାଇଛି । ଏଥିଲାଗି ଆୟୋଜିତ ଏକ କାର୍ଯର୍୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟନାରାୟଣ କର, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମୀତା ସ୍ୱାଇଁ, ଇଂ ରବିନ୍ଦ୍ର କୁମାର ସାହୁ, ଉପସଭାପତି ଦିଲ୍ଲିପ କୁମାର ପଣ୍ଡା, ସହ ସମ୍ପାଦକ ଦେବାଶିଷ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ପୁହାଣ, ପ୍ରତାପ ସାହୁ, ପର୍ଶୁରାମ ସାମଲ ପ୍ରମୁଖ ଉପସ୍ଥିତ ରହି ଏହାକୁ ଲୋକାର୍ପିତ କରିଥିଲେ । ଏହି ପାନୀୟଜଳ ପଅକଳ୍ପଟି ଦ୍ୱାରା ଛେନାପଦି ବଜାରକୁ ଆସୁତôବା ଶହଶହ ଲୋକେ ଥଣ୍ଡା ବିଷୁଦ୍ଧ ପାନୀୟଜଳ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ଟ୍ରକ ମାଲିକ ସଂଘର ଏପରି ଜନହୀତକର କାର୍ଯ୍ୟକୁ ବିଧାୟକ ଶ୍ରୀ ସେଠୀ ପ୍ରସଂଶା କରିଥିଲେ । ସୁଧାଶୁଂ ବିଶ୍ୱାଳ, ସୁବାସ ଚନ୍ଦ୍ର ଓଝା, ମାନସ କୁମାର ବିଶ୍ୱାଳ, ଦିଲ୍ଲିପ କୁମାର ସାମଲ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ