କେନ୍ଦୁଝର ବିଜେପି ପ୍ରଭାରୀ ଭାବେ ନବୀନ ରାମ ନିଯୁକ୍ତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଜେପି ରାଜନୀତିରେ ବହୁ ଚର୍ଚ୍ଚିତ ଚେହେରା ନବୀନ ରାମ ।ହାତୀ ସୁନା କଳସ ଢାଳିଛି ତାଙ୍କ ମୁଣ୍ଡରେ । ବିଜେପି ରାଜନୀତିରେ ଏକ ସଫଳ ବ୍ୟକ୍ତିତ୍ବ । ବୈଷୟିକ ଶିକ୍ଷାରେ ଯଦିଓ ସଫଳ ହୋଇ ନାହାନ୍ତି କିମ୍ବା ରାଜନୀତି ବିଜ୍ଞାନ ହନର୍ସ ପଢି ନାହାନ୍ତି ହେଲେ ରାଜନୀତିର ସାପ ଶିଡି ଖେଳରେ ସେ ଆଗରେ ଅଛନ୍ତି । ଆଜନ୍ମ ବ୍ରହ୍ମଚାରୀ ହିନ୍ଦୁତ୍ବରେ ବିଶ୍ବାସ ରଖିଥିବା ୧୯୮୮ ମସିହାରୁ ଆରଏସଏସ, ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ, ବିିଭିନ୍ନ ଅନୁଷ୍ଠାନ ର ଦାୟିତ୍ଵ, ଅବିଭକ୍ତ ମୟୂରଭଂଜ ଜିଲ୍ଲାର ବିଜେପି ଉପସଭାପତି, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଦୁଇ ଦୁଇ ଥର ଦାୟିତ୍ଵ ନିଷ୍ଠାର ସହ ନିଭାଇବା, ରାଇରଙ୍ଗପୁର ପୌରାଞ୍ଚଳର ଦିର୍ଘ ୧୫ ବର୍ଷ ହେବ ପାରିଷଦ ତୁଲାଇବା,୨୦୧୭ ପଞ୍ଚାୟତ ନିର୍ବାଚନରେ ୨୪ରୁ ୨୨ଜିଲ୍ଲା ପରିଷଦ , ରାଇରଙ୍ଗପୁର,ଜାମଦା, ରରୁଆଁ ପଞ୍ଚାୟତ ସମିତି ଦଖଲ,୨୦୧୯ ବିଧାନ ସଭା ନିର୍ବାଚନରେ ପଶ୍ଚିମ ମୟୂରଭଂଜ ଜିଲ୍ଲାର ୪ଟା ନିର୍ବାଚନ ମଣ୍ଡଳୀରୁ ରାଇରଙ୍ଗପୁର, ଯଶିପୁର ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ତାଙ୍କ ସଭାପତି ଓ ନିର୍ବାଚନ ସୁଦକ୍ଷ ପରିଚାଳନାରେ ବିଧାନସଭା ବିଜେପି ହାତେଇଥିଲା ।ଦିର୍ଘ ବର୍ଷ ହେବ ବିଜେପି ଦଳର ଏକ ଶୃଙ୍ଖଳିତ , ଦାୟିତ୍ଵ ସଂପନ୍ନ,କର୍ମଠ,ଉତ୍ତମ ବ୍ୟବହାର, ପରୋପକାର ମନୋଭାବ, ମିଷ୍ଟଭାଷୀ,ଦରଦୀ ମଣିଷ ତଥା ଆଉ ଦଳ ପ୍ରତି ତାଙ୍କର ତ୍ୟାଗ ଓ କର୍ମ ପାଇଁ ଦଳ ତାଙ୍କୁ ନିକଟରେ ରାଜ୍ୟ ସଂପାଦକ ମନୋନୀତ କରାଯାଇଥିଲା ।ଏବେ ପୁଣି ଦଳ ତରଫରୁ ଖଣିଜ ସଂପଦଭରା ପଡୋଶୀ କେନ୍ଦୁଝର ଜିଲ୍ଲାର ଜିଲ୍ଲାର ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି ।ତାଙ୍କ ନିଯୁକ୍ତିରେ ସମଗ୍ର ମୟୂରଭଂଜ ଜିଲ୍ଲା ସମେତ କେନ୍ଦୁଝର ଜିଲ୍ଲାର ବିଜେପି କର୍ମୀ ମହଲରେ ଆନନ୍ଦ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ