କେନ୍ଦୁଝର ମାଟିର ପୁଅ ଶୁଭମ ୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କେନ୍ଦୁଝରର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ କ୍ଷ ଆସନ୍ତା ୧୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ବିସିସିଆଇ ୨୩ ବର୍ଷରୁ କମ \’ଏ\’ ଟ୍ରଫି ପୁରୁଷ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ ଛତିଶଗଡର ରାଏପୁର ଏବଂ ଭିଲାଇ ଠାରେ ଖେଳାଯିବାର କାର‌୍ୟ୍ୟକ୍ରମ ରହିଛି କ୍ଷ ୨୦୧୮-୧୯ରେ ଗୁଜୁରାଟର ଜାମନଗରଠାରେ ସ୍କୁଲ ଗେମ ଫେଡେରେସନ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ସ୍ତର ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡିଶା ଦଳ ପାଇଁ ମନୋନୀତହୋଇ ରାଜ୍ୟକୁ ପ୍ରଥମଥର ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ କ୍ଷ ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି କ୍ଷ ୨୦୨୩-୨୪ରେ ସେ ଟେଷ୍ଟ ଫର୍ମାଟରେ ୧୯ ବର୍ଷରୁ କମ ଓଡିଶା ଦଳ ପାଇଁ କୁଚ ବିହାର ଟ୍ରଫିରେ ଏବଂ ପରେ ପରେ ଦିନିକିଆ ଫର୍ମାଟରେ ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ଦଳପାଇଁ ମନୋନୀତ ହୋଇ ଖେଳିବାର ସୁଯୋଗ ପାଇଥିଲେ କ୍ଷ ଏହି ଦୁଇଟି ପ୍ରତିଯୋଗିତା ଏବଂ ଆନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଉନ୍ନତ ମାନର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନକରି ସେ ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷ ଏବଂ ଶେଷରେ ସେ ୨୩ ବର୍ଷରୁ କମ ଓଡିଶା ଦଳପାଇଁ ମନୋନୀତ ହୋଇ ଜିଲ୍ଲାକୁ କ୍ରିକେଟ ମାନଚିତ୍ରରେ ସ୍ଥାନିତ କରିବାରେ ସଫଳକାମୀ ହୋଇପାରିଛନ୍ତି କ୍ଷ ଶୁଭମଙ୍କ ବାପା ସୁଶାନ୍ତ କୁମାର ସେଠୀ ଏବଂ ମା\’ ମମତା ସେଠୀ ଉଭୟ ରାଜ୍ୟ ପୋଲିସ ବିଭାଗରେ କାର‌୍ୟ୍ୟରତ କ୍ଷ ଶୁଭମଙ୍କ ଏହି ଏହି ବିରାଟ ସଫଳତା ପରେ ସମଗ୍ର ଜିଲ୍ଲାରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ