କେନ୍ଦୁଝର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ନ୍ତଗତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍.ବି.ଏସ୍.କେ) ତରଫରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ସଅଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର (ଡି.ଇ.ଆଇ.ସି.) ଆନୁକୂଲ୍ୟରେ ତା ୦୩.୧୨.୨୦୨୪ ରିଖ ମଙ୍ଗଳବାର ଦିନ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଅବହେଳିତ ନକରି ସେମାନଙ୍କୁ ଆବଶ୍ୟକୀୟ ସେବା, ସ୍ନେହ, ଆଦର କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଭିନ୍ନକ୍ଷମମାନଙ୍କର ସର୍ବାଙ୍ଗୀନ ବିକାଶରେ ପିତାମାତା ତଥା ଅଭିଭାବକମାନଙ୍କର ଭୂମିକା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଭିନ୍ନକ୍ଷମମାନେ ଉପଯୁକ୍ତ ସୁବିଧା ସୁଯୋଗ ପାଇଲେ ଅଲମ୍ପିକ୍ ଭଳି ଆର୍ନ୍ତଜାତୀୟସ୍ତରରେ ଖେଳି ଜିଲ୍ଲା ତଥା ଦେଶର ଗୌରବ ବଢାଇପାରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ସଫଳ ହୋଇପାରିବେ ବୋଲି ଡାକ୍ତର ପୃଷ୍ଟି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଅଧିକ୍ଷକ ଡାଃ ଅସୀମ କୁମାର ଦେ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ଗୌରଚନ୍ଦ୍ର ମିଶ୍ର, ଶିଶୁ ବିଭାଗର ମୁଖ୍ୟ ଡାଃ ସାଧନା ପଣ୍ଡା, ଡି.ପି.ଏମ୍. ଏନ୍.ଏଚ୍.ଏମ୍. ନିତ୍ୟରଞ୍ଜନ ବରାଳ ଯୋଗଦେଇ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରି ଭବିଷ୍ୟତରେ ସେମାନେ ଜଣେ ଜଣେ ଭଲ ମଣିଷରେ ପରିଣତ ହୋଇ ଏକ ସୁସ୍ଥ ସମାଜ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ । ତେଣୁ ଭିନ୍ନକ୍ଷମମାନଙ୍କୁ ଉପେକ୍ଷା ନ କରି ସେମାନଙ୍କର ପ୍ରତି ସହାନୁଭୁତି, ସ୍ନେହ, ଶ୍ରଦ୍ଧା ଏବଂ ସାହାଯ୍ୟର ହାତ ବଢାଇବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଆର୍.ବି.ଏସ୍.କେ. ମ୍ୟାନେଜର ବିଜନ କୁମାର ସାହୁ ସ୍ୱାଗତଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଆଇ.ଇ.ସି.ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଭିନ୍ନକ୍ଷମ ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ମା୍ମମରେ ଚିତ୍ରାଙ୍କନ, ମୁ୍ୟଜିକ୍ ଚେୟାର, ନୃତ୍ୟ ଓ ସଙ୍ଗୀତ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।