କେନ୍ଦୁସାହିରେ ହୋଲି ମହୋତ୍ସବ ପାଳିତ
ବାରିପଦା, (ମୁରାରୀ ମୋହନ ମହାପାତ୍ର): ବାରିପଦା ନିକଟସ୍ଥ ଶ୍ୟାମାଖୁଣ୍ଟା ବ୍ଲକ କେନ୍ଦୁସାହି ଠାରେ ୧୬ତମ ହୋଲି ମହୋତ୍ସବ ୩ ଦିନ ଧରି ପାଳିତ ହୋଇଯାଇଛି. ଏହି ଅବସର ରେ ୧୦୮ ଘୋଟ ଉତ୍ତୋଳନ କରି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା. ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଅରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା କଳସ ଯାତ୍ରାର ଉଦଘାଟନ କରିଥିବା ବେଳେ, କେନ୍ଦ୍ରୀୟ ବିଦ୍ୟାଳୟ ନ-୧ ବାରିପଦାର ଫିଜିକ୍ସ ଅଧ୍ୟାପକ ଦେବଜୀତ ପୃଷ୍ଟି, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହୋଲି ପର୍ବ ଭାଇଚାରାର ନିଦର୍ଶନ ବୋଲି କହିଥିଲେ. ଏହି ଅବସରରେ ଏକ ଅଷ୍ଟମ ପ୍ରହର ଅଖଣ୍ଡ ହରିନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ, ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ପ୍ରତିନିଧି ସୁଗୁଦା ମୁର୍ମୁ , ପଞ୍ଚାୟତ ସମିତି ସଦସ୍ୟ ବିଦେଶୀ ନାୟକ, ନାଏବ ସରପଞ୍ଚ ପ୍ରତିଭା ମହାନ୍ତ, ଶିକ୍ଷକ ଡ. ଭକ୍ତହରି ମହାନ୍ତ, ପ୍ରଧାନ ଶିକ୍ଷକ କିଶୋର କୁମାର ମହାନ୍ତ, ସରକାରୀ ଟି.ଟି.ଆଇ. ର ଅଧ୍ୟାପକ ହରିଭକ୍ତ ମହାନ୍ତ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ, କେ.ଭି.-୧ ର ପି.ଆର.ଟି. ଲାଲମୋହନ ମହାନ୍ତ, ଶିକ୍ଷକ ପଙ୍କଜ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ ହୋଲି ମହୋତ୍ସବର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ. ଶେଷଦିନ ଦଧିମହୋତ୍ସବ ଓ ୧୦୮ କଳସ ବିସର୍ଜନ ପଦଯାତ୍ରା ଅନୁଷ୍ଠିତ ହେଇଥିଲା.


