କେନ୍ଦୁ ଘାଟିରେ ୨ ଟି ବସ ଦୁର୍ଘଟଣା, ୨୦ ଯାତ୍ରୀ ଆହତ, ୪ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ନୂଆଗୁଡି ଗ୍ରାମ ନିକଟସ୍ଥ କେନ୍ଦୁ ଘାଟି ଠାରେ ଗତକାଲି ରାତିରେ ସିରିଜ ଦୁର୍ଘଟଣା ଘଟିଛି. ଏଥିରେ ୨ ଗୋଟି ବସ ମୁଖ୍ୟ ରାସ୍ତାରୁ ୨୦ ଫୁଟ ତଳକୁ ଖସି ୨୦ ଜଣ ଆହତ ହୋଇଛନ୍ତି. ଏଥିରୁ ୧୪ ଜଣ ଗୁରୁତର ଏବଂ ଅତ୍ୟନ୍ତ ଗୁରୁତର ଥିବା ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି. ଘଟଣାରୁ ପ୍ରକାଶ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା. ପରେ ସେହି କେନ୍ଦୁ ଘାଟି ଦେଇ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହାକାଳେଶ୍ଵର ବସଟି ମଧ୍ୟ ଘାଟି ରାସ୍ତା ଉପରେ ଅଟକି ଥିବା ଏକ ପିକଅପ ଭ୍ୟାନକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଓଲଟି ପଡିଥିଲା. ଉଭୟ ଘଟଣାରେ ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି. ୧୪ ଜଣ ଗୁରୁତର ଅଛନ୍ତି. ୪ ଜଣ ଅତ୍ୟନ୍ତ ଗୁରୁତର ଥିବା ଯୋଗୁ ମୋହନା ଡାକ୍ତରଖାନାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଆହତ ସମସ୍ତ ଯାତ୍ରୀ ମାଲକାନଗିରି ଅଞ୍ଚଳର ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ