କେନ୍ଦ୍ରପଡାରେ ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ଶ୍ରାଦ୍ଧଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ନବ ଉତ୍କଳର ନିର୍ମାତା, କଟକର ବାଇମୁଣ୍ଡି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୧୯ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବସନ୍ତ ବିଶ୍ୱାଳ ସ୍ମୃୃତି କମିଟି ଆନୁକୂଲ୍ୟରେ ସକାଳ ସାଢେ ୮ଟା ସମୟରେ ନୂଆ ବସଷ୍ଟାଣ୍ଡ ନିକଟ ଗୋବରୀ ନଦୀ ବିଷର୍ଜ୍ଜନ ଘାଟରେ ତିଳତର୍ପଣ କରାଯିବା ପରେ ନିକଟସ୍ଥ ବାଇପାସ ରୋଡରେ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଉପସଭାପତି ତଥା କାଉନସିଲର ରମେଶ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ, ଗୋପାଳ ମାହାଲିକ, ମହମ୍ମଦ ଆକବର ଅଲ୍ଲୀ, ଶରତ ଚନ୍ଦ୍ର ବେହୁରା, କମଳାକାନ୍ତ ବେହେରା, ଶ୍ରୀଧର ନାଥ, ଫକିର ଚରଣ ଖଟୁଆ, ଉମାଶଙ୍କର ଜେନା, ସୁଶିଲ ସାମଲ, ମୁକ୍ତାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପୂର୍ବାହ୍ନ ସାଢେ ୧୦ଟା ସମୟରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ କାକଟସ୍ଥିତ ବାସଭବନରେ ସ୍ମୃତି କମିଟି ସଭାପତି ଅଧ୍ୟାପକ ଉମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳ ଜଣେ ଅସାଧାରଣ ବ୍ୟକ୍ତି ତଥା ରାଷ୍ଟ୍ର ନିର୍ମାଣକାରୀ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ସାରା ରାଜ୍ୟର ବିଭିନ୍ନ ସହରାଞ୍ଚଳର ବିକାଶ ପାଇଁ ସେ ଡେଭଲପମେଣ୍ଟ ଅଥରିଟି ଗଠନ କରି ତା’ର ପ୍ରାଣ ପ୍ରତିଷ୍ଠାତା ଥିଲେ ବୋଲି କହିିଥିଲେ । ମୁଖ୍ୟବକ୍ତା ଭାବେ ଚଳଚିତ୍ର ନିର୍ମାତା ତଥା ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳ ଆଧୁନିକ ଓଡିଶାର ବିନ୍ଧାଣୀ ଥିଲେ । ରାଜ୍ୟକୁ ଅତ୍ୟାଧୁନିକ ତଥା ବୈଷୟିକ ଜ୍ଞାନକୈାଶଳ ପ୍ରୟୋଗ କରାଯାଇ କିଭଳି ବିକଶିତ କରାଯାଇପାରିବ ସେ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ଅଧ୍ୟାପକ ଅଜୟ କୁମାର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କୁ ଆଧୁନିକ ଓଡିଶାର ବିଶ୍ୱକର୍ମା ଭାବେ ଘୋଷଣା କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ସୁଶିଲ କୁମାର ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ, ସିପିଆଇ(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଉପସଭାପତି ଫକିର ଚରଣ ଖଟୁଆ, କାଉନସିଲର ରମେଶ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ଜୟଦେବ ପରିଡା, ଭ୍ରମରବର ରାଉତ, କୃଷ୍ଣ ପ୍ରସାଦ ଦାସ, ରଶ୍ମୀରଞ୍ଜନ ଚୈାଧୁରୀ, ମହେନ୍ଦ୍ର ପରିଡା, ରମାନାଥ ରାଉତ, ଉଦୟନାଥ ଚୈାଧୁରୀ, ମାନସ କୁମାର ସାହୁ, ଜୟନ୍ତ ମଲିକ, ପଦ୍ମନାଭ ଦାସ, ପ୍ରଦୀପ ଦାସ, ମହେଶ ପାଢୀ, ଉମେଶ ପାଢୀ, ରତିକାନ୍ତ ସାମଲ, ସଞ୍ଜୟ କୁମାର ସ୍ୱାଇଁ, ରଞ୍ଜନ ପରିଜା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ଏବଂ ଯୁବ ସମାଜସେବୀ ପ୍ରତାପ କୁମାର ମହାନ୍ତିଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ମାନପତ୍ର ପ୍ରଦାନ ପୂର୍ବକ ବସନ୍ତ ବିଶ୍ୱାଳ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସହ ସମ୍ପାଦକ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ଜେନା, ଉପସଭାପତି ଶ୍ରୀ ମହାନ୍ତି ଏବଂ ସହ ସମ୍ପାଦକ ଖାଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ