କେନ୍ଦ୍ରପଡା ମହାବିଦ୍ୟାଳୟରେ ୪ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୪ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତ୍ତକୋତ୍ତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.)ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଏ ନେଇ ପତ୍ର ସଂଖ୍ୟା ୩୭୪୧୧ ତା ୭.୦୯.୨୦୨୨ରିଖରେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱରଙ୍କୁ ଏକ ପତ୍ର ଲେଖି ଅନୁମତି ପ୍ରଦାନ କରିଛନ୍ତି । ଏଥିସହିତ ସେହିପତ୍ରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଇଂରାଜୀ, ଓଡିଆ ଏବଂ ହିନ୍ଦୀ ବିଭାଗରେ ସ୍ନାତ୍ତକୋତ୍ତର ସମ୍ନାନ(ପି.ଜି.) ଶ୍ରେଣୀ ସେଲଫ୍ ଫାଇନାନସିଂ ମୋଡରେ ଖୋଲାଯିବା ଓ ପ୍ରତ୍ୟେକ ବିଷୟରେ ୩୨ଟି କରି ସିଟ ରହିବା ନିମନ୍ତେ ସଂପୃକ୍ତ ପ୍ରସ୍ତାବର ଆବଶ୍ୟକ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ସହ ଯୁଗ୍ମ ତଦନ୍ତ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପଠାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଉଦ୍ୟମ କ୍ରମେ ଏହି ମହାବିଦ୍ୟାଳୟକୁ ୪ଟି ବିଷୟରେ ପିଜି ଶ୍ରେଣୀ ଖୋଲାଯିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ