କେନ୍ଦ୍ରମନ୍ତ୍ରୀ ଗ୍ରସ୍ତର ଏପାଖ ସେପାଖ
ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ପୂର୍ବାହ୍ନ ୧୧ ଟାରେ ହିଂଜିଳି ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଦୀର୍ଘ ୩ ଘଂଟା ବିଳମ୍ବରେ ଅର୍ଥାତ ସାଢେ ୨ ଟାରେ ହିଂଜିଳିରେ ପଂହଚିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଆସିବାରେ ବହୁ ବିଳମ୍ବ ଯୋଗୁଁ ସଭାସ୍ଥଳରୁ ବହୁ ମହିଳା ଓ ପୁରୁଷ କର୍ମୀ ଚେୟାର ଛାଡ଼ି ଖାଇବା ପାଇଁ ଚାଲିଯାଇଥିଲେ । ଯଦ୍ୱାରା କିଛି ସମୟ ସକାଶେ ସଭାସ୍ଥଳ ଖାଁ ଖାଁ ଲାଗିଥିଲା । କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ଚଳଚ୍ଚିିତ୍ର ଅଭିନେତା ବାବୁସାନ ଓ ଅଭିନେତ୍ରୀ ମହେଶ୍ୱତା ରାୟ, ଅନୁ ଚୌଧୁରୀଙ୍କ ଆସିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସଭାସ୍ଥଳକୁ କୌଣସି ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ନଆସିବା ଯୋଗୁଁ ବହୁ ଜନସାଧାରଣଙ୍କୁ ନିରାଶା ହେବାକୁ ପଡିଥିଲା ।