କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ବାଲେଶ୍ୱରର ଯୁବନେତା ମାନସ
ବାଲେଶ୍ୱର, (ସରୋଜ ପଣ୍ଡା): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ସହ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟ ରାଜନୀତିରେ ଅଧିକ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶ ନିର୍ବାଚନ ପରିଚାଳନା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନୂଆ ପରିଚୟ ଦେବ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଦଳ ନିଶ୍ଚିତ ଭାବରେ ବିଜୟ ହାସଲ କରିବ ବୋଲି ସେ ଦୃଢ଼ ମତ ପ୍ରକାଶ କରିଛନ୍ତି । ଏଥି ସହିତ ବାଲେଶ୍ୱର ରାଜନୀତିର ବିଭିନ୍ନ ଦିଗ ଓ ସଦର ନିର୍ବାଚନମଣ୍ଡଳୀର ବିଜେପର ବର୍ଦ୍ଧିତ ସାଂଗଠନିକ ସ୍ଥିତି ସମ୍ପର୍କରେ ଶ୍ରୀ ଦତ୍ତ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରିଥିଲେ ।