କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ଵାରା ଛଉ ନୃତ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟର ଏନ୍ତୁଡିଶାଳ‌ ହେଉଛି ମୟୂରଭଞ୍ଜ ।ଛଉକୁ ନେଇ ସାରା ବିଶ୍ଵରେ ମୟୂରଭଞ୍ଜ ର ଏକ ସ୍ଵତନ୍ତ୍ର ପରିଚୟ ଅଛି ।ଛଉ ପ୍ରତି ଦିନକୁ ଦିନ ଛଉ କଳାକାରମାନଙ୍କ ଅନାଗ୍ରହ ଦେଖି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଦୀର୍ଘ ୫ ବର୍ଷ ହେଲା ଅଣ୍ଟା ଭିଡିଛନ୍ତି ।ଶେଷରେ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସହାୟତାରେ ମୟୂର ଜିଲ୍ଲା ପାଇଁ ୫ ଟି ଛଉ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଂଜୁର କରାଇଛନ୍ତି, ତନ୍ମଧ୍ୟରୁ ଉପାନ୍ତ ତିରିଂ ଵ୍ଳକର ବଡ଼ଡାଳିମା ପଞ୍ଚାୟତର ରେଙ୍ଗେଲବେଡା ଗ୍ରାମରେ । ୪ ତାରିଖ ଦିନ ଏହାର ଭୂମି ପୂଜନ କରିଛନ୍ତି । ତାଙ୍କ ସହିତ କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ଅଧ୍ଯକ୍ଷା ସଂଧ୍ୟା ପୁରେଛା,ସଂପାଦକ ସଂଜୟ ଚୌଧୁରୀ,ଜୋନାଲ ହେଡ ରାଜୁ ଦାସ, ତିରିଂ ବ୍ଳକ ଅଧ୍ୟକ୍ଷ ପରେଶ୍ବର ସାମାଡ,ଛୋଟେଲାଲ ମହାନ୍ତ, ବସନ୍ତ ମହାନ୍ତ,ଫାଗୁରାମ ମାରାଣ୍ଡି, ରଏଙ୍ଗଏଲବଏଡଆ ଭଂଜ ଛଉ ନୃତ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ ।ଛଉ ଯୁବ/ ଯୁବା କଳାକାରମାନଙ୍କ ଦ୍ଵାରା ଆକର୍ଷଣୀୟ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା ।ମନ୍ତ୍ରୀ କହିଥିଲେ ,।ଏହି କେନ୍ଦ୍ରରେ ଛଉ ଗୁରୁ ନିଯୁକ୍ତି, ଏବଂ ବାଦ୍ୟ ଯନ୍ତ୍ର ଯୋଗାଣ କରାଯିବ । ସମସ୍ତେ ମିଳିମିଶି ଛଉର ପ୍ରଚାର ଓ ପ୍ରସାର କରିବା ସହ ଏହା ମାଧ୍ୟମରେ ନିଜର ରୋଜଗାର ମଧ୍ୟ ସୁଯୋଗ ପାଇ ପାରିବେ ।ଦେଶ ବିଦେଶରେ ଛଉ ନୃତ୍ଯ କରି ପ୍ରଶଂଶିତ ହେବା ସହ ଅର୍ଥର ଲାଭ ଉଠାଇ ପାରିବେ । ଯୁବକ/ ଯୁବତୀଙ୍କ ଯୁଗଳବନ୍ଦୀ ଛଉ ନୃତ୍ୟ ଦେଖି ବିଭୋର ହୋଇଥିଲେ ସଂଗୀତ ନାଟକ ଏକାଡେ଼ମୀ ଅଧ୍ୟକ୍ଷା ସଂନ୍ଧ୍ୟା ପୁରେଛା । ସେମାନଙ୍କୁ ପ୍ରଶଂସା କରିବାସହ ଯୁବତୀ ମାନେ ଛଉ ନୃତ୍ୟ ସହ ବାଦ୍ୟ ଯନ୍ତ୍ରରେ ମଧ୍ୟ ତାଲିମ ନେବା ପାଇଁ ପରାମର୍ଶ ଦେଇଥିଲେ । ରେଙ୍ଗେଲବେଡାରେ ଛଉ ନୃତ୍ୟ ପ୍ରଶିକ୍ଷଣ ପ୍ରତିଷ୍ଠା ହୋଇଥିବାରୁ ଛଉ କଳାକାର,ଗୁରୁ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ