କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କୁ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲମିପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଶୁଭେଚ୍ଛା
ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର ମହିଳାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ବଡ଼ ବଡ଼ ବାହୋସ୍ଫଟ ମାରୁଛନ୍ତି ହେଲେ ତାଙ୍କ ରାଜ୍ୟରେ ୨୨ ଜାରରୁ ଉର୍ଦ୍ଧ୍ୱ ମହିଳାମାନେ ତାଲିମ ନେଇ ସାରିବା ପରେ ସେମାନଙ୍କୁ ଥଇଥାନ ବା ଆତ୍ମନିର୍ଭରଶୀଳ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ବିଜେଡ଼ି ସରକାର ଲୋକସଭାକୁ ୫ରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପଠାଇଥିଲେ ମଧ୍ୟ କୌଣସି ଜଣେ ମହିଳା ସାଂସଦ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବା ତାଲିମ ଶେଷ କରିଥିବା ଏ.ଏନ୍.ଏମ୍.ମାନଙ୍କ ନିଯୁକ୍ତି ସମ୍ବନ୍ଧରେ କୌଣସି ପ୍ରଶ୍ନ କରିନାହାଁନ୍ତି । ଏଥିରୁ ଜଣାପଡୁଛି ଯେ, ମୁଖ୍ୟମନ୍ତ୍ରୀ କେବଳ ମହିଳାମାନଙ୍କର ଭୋଟ୍କୁ ହାତେଇବା ପାଇଁ ଏହା ଏକ ପ୍ରହସନ । କିନ୍ତୁ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂଘ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଧ୍ୟନବାଦ । ନିଖିଳ ଓଡ଼ିଶା ଅଣନିଯୁୁକ୍ତି ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କର ନ୍ୟାୟସଙ୍ଗତ ନ୍ୟାର୍ଯ୍ୟଦାବିକୁ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିବା ସହ ସଂଘର ଦିଆଯାଇଥିବା ଦାବିପତ୍ରକୁ ପଠାଇଛନ୍ତି । ୨୨ ହଜାର ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଙ୍କ ପରିବାର କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପାଖରେ ଚିରଋଣୀ ।


