କେନ୍ଦ୍ରର ଜିଏସଟି ଲାଗୁ, ଇଡିର ଅସଦ ବ୍ୟବହାର କରିବା ବିରୁଦ୍ଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା)  :-କେନ୍ଦ୍ରର ବିଜେପି ସରକାର ଲିଆ, ମୁଢି , ଦହି ଓ କ୍ଷୀର ପ୍ରଭୃତି ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ଏବଂ କେନ୍ଦ୍ରର ଇଡିକୁ ନେଇ ବିଜେପି ଅସଦ ବ୍ୟବହାର କରିବା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଲୀ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସର ଶତାଧିକ ନେତା ଓ କର୍ମୀ ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକାଞ୍ଚଳରୁ ଆସି କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାସରଥୀ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ରାଲୀରେ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ , କହିଥିଲେ ଯେ , କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧୀ , ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ପିସିସି ସଭାପତି ଶ୍ରୀ ଶରତ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ମନମାନି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରୁଛୁ । ବିକ୍ଷୋଭର ଉଦ୍ଦେଶ୍ୟ ହେଲା ଯେ , ବିଜେପି , କଂଗ୍ରେସ ପାର୍ଟିକୁ ଇଡିର ଭୟ ଦେଖାଇ ଇଡି ଦ୍ୱାରା କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧି ଏବଂ ସୋନଆ ଗାନ୍ଧିଙ୍କୁ ଜେରା କରାଉଛି । ଏହାକୁ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରିବା ସହ ତୁରନ୍ତ ତାକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ମୋଦୀ ସରକାରଙ୍କୁ ଚେତାବନି ଦେଉଛୁ । ଏଥିସହ ସାଧାରଣ ଲୋକଙ୍କ ଖାଉଟି ଯଥା:- ଲିଆ , ମୁଢି , ଦହି ଓ କ୍ଷୀର ପ୍ରଭୃତି ଯାବତୀୟ ଉପରେ ଯେଉଁ ୫ ପ୍ରତିଶତ ଜିଏସଟି ଲଗା ହୋଇଛି , ସେଥିରେ ସାଧାରଣ ଆଦିବାସୀ , ହରିଜନ , ଗରିବ , ଦଳିତ ନିଷ୍ପେସିତ ଲୋକଙ୍କ ଉପରେ ଘୋର ପ୍ରଭାବ ପଡିବ । ଏହି ଶ୍ରେଣୀର ଲୋକମାନେ , ବିଶେଷ କରି ତିନି ବେଳା ଖାଇ ଥାନ୍ତି ବୋଲି ତିନି ବେଳା ପାଇଁ ଜିଏସଟି ଦେବେ , ଏହା କେନ୍ଦ୍ର ସରକାରଙ୍କ ଏକ ଆଶ୍ଚର୍ଯ୍ୟ କଥା । ମୁଁ ବିଧାନସଭାରେ ମଧ୍ୟ ଏ ପ୍ରଶ୍ନ ଉଠାଇଛି , ଗତକାଲି ବିଧାନସଭା ରେ ସୋନିଆ ଗାନ୍ଧୀଙ୍କ ପାଇଁ ଆମେ ବିରୋଧ କରିଛୁ , ଏବଂ ଗୃହ ମଧ୍ୟ ଏଥିପାଇଁ ବନ୍ଦକରା ଯାଇଥିଲା । ତେଣୁ ଏହାକୁ କଂଗ୍ରେସ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯିବାକୁ ଦୃଢ଼ ଦାବୀ କରୁଛୁ , ନଚେତ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ବିରୋଧ ଓ ପ୍ରତିବାଦରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ଗମାଙ୍ଗ ଚେତାବନି ଦେଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବସନ୍ତ ପଣ୍ଡା , ଲଳିତ ଦଣ୍ଡସେନା , ଈଶ୍ବର ମାଝୀ , ଲକ୍ଷ୍ମୀ ପାଇକ , ମୀନ ମଣ୍ଡଳ ମାଫେଆ ସ୍ୱାଲସିଂ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ