କେନ୍ଦ୍ରାଞ୍ଚଳ ଉପନିର୍ଦେଶକଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଏକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍‌ଆର୍‌ଏ ପ୍ରଦୀପ କୁମାର ଦାସ, ଜେଆର୍‌ଏ ଜୟଶ୍ରୀ ସାହୁ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ନାୟକ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ସମ୍ବନ୍ଧରେ ସମୀକ୍ଷା କରିବା ସହ ସମସ୍ତ ରେଜିଷ୍ଟର୍‌, କ୍ୟାସ୍ ବୁକ୍‌, ଲଗ୍ ବୁକ୍‌, ସମସ୍ତ ଫାଇଲ୍‌ପତ୍ର ପ୍ରଭୃତି ଯାଞ୍ଚ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମଢ଼ିଆଳ ବଜାରରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାରକୁ ତିନିମୁହାଣୀସ୍ଥିତ ଷ୍ଟୋର୍ ନିକଟକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟର ସଠିକ ସୂଚନା ଗଣମାଧ୍ୟମ ନିକଟରେ ପହଞ୍ଚାଇ ତାହାର ବହୁଳ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ କିଭଳି ସୂଚନା ଓ ଲୋକସମ୍ପର୍କ ବିଭାଗ ସେତୁଭଳି କାର୍ଯ୍ୟ କରିବ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ଏହି ଗସ୍ତ ସମୟରେ ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ କୁମାର ପରିଡ଼ା ଓ ରଞ୍ଜନ କୁମାର ବେହେରା ପ୍ରମୁଖ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ