କେନ୍ଦ୍ରାପଡାରୁ ପ୍ରତ୍ୟେହ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡା ରେଳ ଷ୍ଟେସନ୍‌ରୁ କଟକ ଓ ଭୁବନେଶ୍ୱରୁ ଦୈନିକ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ କେନ୍ଦ୍ରାପଡାର ସମାଜସେବୀ ସମୀର କୁମାର ଚାନ୍ଦ ରେଳମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ରେଳବାଇ ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ ଓ କେନ୍ଦ୍ରାପଡା ବିଧାୟକ ପ୍ରମୁଖଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିବା ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି ।ଚକେନ୍ଦ୍ରାପଡାରୁ ପ୍ରତ୍ୟେକ ଦିନ କଟକ ଓ ଭୁବନେଶ୍ୱରକୁ ଯାତ୍ରୀବାହୀ ରେଳ ଚାଲିଲେ ସାଧାରଣ ଲୋକେ ଅନେକ ଉପକୃତ ହେବେ । ଏଠାରୁ ରେଳ ଯୋଗେ କଟକ ଓ ଭୁବନେଶ୍ୱରରେ ପହଞ୍ôଚଲେ ଦୂରଦୂରାନ୍ତକୁ ଯିବା ପାଇଁ ଅନେକ ସୁବିଧା ପାଇପାରିବେ । ରେଳ ଯୋଗେ ଯାତ୍ରା କରିଲେ ଟିକେଟ୍‌ର ମୂଲ୍ୟ କମ୍ ହୋଇଥିବାରୁ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ରାପଡା ଲୋକମାନେ ଉପକୃତ ହୋଇପାରିବେ । ଏହି ଯାତ୍ରୀବାହୀ ରେଳ ଚଳାଚଳ ହେଲେ ଚାଷୀ ଓ ବ୍ୟବସାୟୀ ସଂଘ ଉଭୟ ଲାଭବାନ ହେବେ । ଚାଷ ଉପଯୋଗୀ ଉପକରଣ ଓ ଅନ୍ୟାନ୍ୟ ପ୍ରତ୍ୟେକ ଦ୍ରବ୍ୟ ଯାତାୟତରେ ସୁବିଧା ପାଇପାରିବା ସହ ଭିନ୍ନକ୍ଷମ ଲୋକମାନେ ମଧ୍ୟ ଯାତାୟତରେ ସୁବିଧା ପାଇବେ । ସେମାନେ ବସରେ ଯାତାୟତରେ ବହୁ ବାଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଯାତ୍ରୀବାହୀ ରେଳ ଚଳାଚଳ ଦ୍ୱାରା ଭିନ୍ନକ୍ଷମ ଲୋକମାନଙ୍କୁ ବହୁସେବା ମିଳିପାରିବ । ଦୂର ଦୂରାନ୍ତରୁ ଆସୁଥିବା ବ୍ୟବସାୟୀ ଲୋକେ ବସ୍‌ରେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାତ୍ରୀବାହୀ ରେଳର ଚଳାଚଳ ହେଲେ ସେମାନେ ସୁବିଧାରେ ଯାତାୟତ କରିପାରିବେ । ଏଥିସହିତ କେନ୍ଦ୍ରାପଡା ଲୋକମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ