ଆଇନଜୀବୀ ଓ ବୁଦ୍ଧିଜିବୀ ପାଳିଲେ ବିଜୟ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାରେ ତ୍ରୀସ୍ତରୀୟ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ପାର୍ଥୀମାନଙ୍କ ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡାର ଆଇନଜୀବୀ ଓ ବୁଦ୍ଧିଜିବୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏଥିସହିତ ବିଜୟୀ ହୋଇଥିବା ଦଳର ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ସମସ୍ତ ଭୋଟର ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରାଯାଇଛି । ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୩୧ଟି ଜୋନ ବିଜୁ ଜନତା ଦଳ ସପକ୍ଷରେ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହୋଇଥିବା ବହୁମୁଖୀ ଯୋଜନାରେ ଲୋକମାନେ ବହୁ ସୁବିଧା ସୁଯୋଗ ପାଉଥିବାରୁ ସେମାନେ ବିଜେଡି ସପକ୍ଷରେ ଭୋଟ ଦେଇଛନ୍ତି । ରାଜ୍ୟ ବିଜେଡି ଲିଗାଲପ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଏହି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା,ନିରଞ୍ଜନ ବଳ, ସେକ ଅଜିମୁଦ୍ଦିନ, ରବିନ୍ଦ୍ର ଦାସ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ବ୍ରଜ ସୁନ୍ଦର ରାଉତ, ମାନସ ରଞ୍ଜନ ଧଳ, ରଞ୍ଜନ କୁମାର ପଣ୍ଡା, ବିଚିତ୍ରାନନ୍ଦ ବାରିକ, ହାଡିବନ୍ଧୁ ସିଂ, ମାନସ ମହାନ୍ତି, ସୁବାଷ ମିଶ୍ର, ସୁରେଶ ନାୟକ, ରମାକାନ୍ତ ସ୍ୱାଇଁ, ରେଣୁବାଳା ସାମଲ, ଦୀପକ ପ୍ରଧାନ, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସେକ ୟୁସୁଫ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ