କେନ୍ଦ୍ରାପଡାରେ ଆନନ୍ଦ ଉଲ୍ଲାସରେ ଇଦ – ଉଲ ଫିତର ପାଳିତ

କେନ୍ଦ୍ରାପଡା (ଯୁଗାଦ୍ଦ ନ୍ୟୁଜ) – କେନ୍ଦ୍ରାପଡା ସହର ଓ ଆଖପାଖ ଗ୍ରାମାଚଂଳରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ-ଉଲ-ଫିତର ପର୍ବ ଶାନ୍ତିଶୃଙ୍ଖଲାର ସହିତ ଆଜି ପାଳିତ ହୋଇଯାଇଛି । ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସର ଶେଷ ଦିବସ ପରଦିନ ଏହି ଇଦ-ଉଲ-ଫିତର ପାଳନ ଅବସରରେ ସକାଳୁ ସହରର ବିଭିନ୍ନ ଇଦଘା ଓ ମସଜିଦରେ ଅନୁଷ୍ଠିତ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଛା ଜଣାଇଥିଲେ । ସକାଳ ୮ଟା ସମୟରେ ଫକିରାବାଦ ମସଜିଦ,ପୁରୁଣା ଇଦଘା ପଡିଆ,ନୂଆ ଇଦଘା ପଡିଆ,ଅଲସଲଫିଆ ଟ୍ରଷ୍ଟ ମସଜିଦ,ରସୁଲାବାଦ ମସଜିଦ,ଗରାପୁର ସୁନି ମସଜିଦ, ରଣପଡା ମସଜିଦ ପ୍ରଭୃତିରେ ମୁସଲମାନ ଭାଇମାନେ ସାମୁହିକ ନମାଜ ପାଠ କରିଥିଲେ । ଏହି ଉପଲକ୍ଷେ ଆଜି ସହରର ପୁରୁଣା ବସଷ୍ଟାଣ୍ଡରେ ଉଭୟ ମୁସଲମାନ ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ବିଜେଡି ଲିଗାଲ ସେଲର ଆଇନଜୀବି ସଞ୍ଜୟ କୁମାର ଜେନା,ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ),ସେକ ଗୋଫ୍ରାନ,ମୀର ମହମ୍ମଦ ଅମୀର, ସାବୀର ଖାନ,ସେକ ରହେମତ,ମହମ୍ମଦ ନିୟାଜ(ମତୁ),ରଞ୍ଜିତ ସାହୁ,ହିରଣ୍ୟ ପଣ୍ଡା,ପ୍ରଦୀପ୍ତ ମହାନ୍ତି,ଦେବଦାସ ମହାନ୍ତି,ଶ୍ରୀକାନ୍ତ ପଣ୍ଡା,ଆଲୋକ ସାହୁ,ଶିବପ୍ରସାଦ ଭଳ,ରାଜେଶ ପଣ୍ଡା,ସ୍ନେହପ୍ରଭା ତ୍ରିପାଠୀ,ରୋହିତ ମହାନ୍ତି,ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା, ମହମ୍ମଦ ଆକବର ଅଲ୍ଲୀ,ସୟଦ ଅବଦୁଲ ସତ୍ତାର ପ୍ରମୁଖ ଯୋଗଦେଇ ପରସ୍ପରକୁ ପବିତ୍ର ଇଦର ଶୁଭେଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ