କେନ୍ଦ୍ରାପଡାରେ ଓଡିଶା ବନ୍ଦ ସଫଳ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆହୁତ ୬ ଘଣ୍ଟିଆ ଓଡିଶା ବନ୍ଦକୁ କେନ୍ଦ୍ରାପଡାରେ କଂଗ୍ରେସର ସହଯୋଗରେ ସିପିଆଇ (ଏମ୍), ସିପିଆଇ, ସିପିଆଇ (ଏମ୍ଏଲ୍) ପକ୍ଷରୁ ସଫଳ କରାଯାଇଛି । ସକାଳ ୬ ଘଟିକାରେ ସ୍ଥାନୀୟ ତିନିମୁହାଣୀ ଛକ ଠାରେ କଟକ- ଚାନ୍ଦବାଲି ରାସ୍ତାକୁ ସତ୍ୟାଗ୍ରହୀମାନେ ବନ୍ଦ କରିଦେବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଟ୍ରକ ଓ ଗାଡି ଛିଡା ହୋଇରହିଥିଲା । ପରେ ସତ୍ୟାଗ୍ରହୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଡିଆରଡିଏ, ବ୍ଲକ, ତହସିଲ, ପୈାର କାର୍ଯ୍ୟାଳୟ ଓ ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସକୁ ବନ୍ଦ କରିଦେଇଥିଲେ । ବସ୍ତୁତଃ ଜୀବନଯାତ୍ରା ଏକରକମ ଠପ୍ ହୋଇ ଯାଇଥିଲା । ପ୍ରକାଶ ଥାଉକି ବିଗତ ୧ ବର୍ଷ ମଧ୍ୟରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ୬୦ ଥର ବୃଦ୍ଧି ପାଇଛି । କେବଳ ଜୁନ ମାସରେ ୧୬ ଥର ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସର ମୂଲ୍ୟ ୧ ବର୍ଷ ମଧ୍ୟରେ ୨୬୦ ଟଙ୍କା ବୃଦ୍ଧି ପାଇଛି । ଏହାର ପରିଣାମ ସ୍ୱରୂପ ୨ ଚକିଆ ଗାଡି ଚଳାଉଥିବା ସାଧାରଣ ଲୋକଙ୍କ ଠାରେୁ ମଧ୍ୟବିତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦର ବୃଦ୍ଧି ଅସହ୍ୟ ବୋଝ ହୋଇଛି । ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଅଟୋ, ଟ୍ୟାକ୍ସି, ଟ୍ରକ, ବସ୍ ଇତ୍ୟାଦିର ଯାତ୍ରୀ ପରିବହନ ଏବଂ ମାଲ ପରିବହନ ଖର୍ଚ୍ଚ ଆକାଶ ଛୁଆଁ ଭାବେ ବୃଦ୍ଧି ପାଇଛି । କୃଷି ଉତ୍ପାଦନ ଖର୍ଚ୍ଚ ବହୁଗୁଣ ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସର ଦର ବୃଦ୍ଧି ସାଧାରଣ ଖାଉଟୀ ମାନଙ୍କ ହାଣ୍ଡିଶାଳ ଉପରେ ଗଭୀର ପ୍ରଭାବ ପକାଇଛି । କୃଷକ ମାନେ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ମୂଲ୍ୟ ପାଉ ନାହାନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ତୁରନ୍ତ ତୈଳଜାତ ସାମଗ୍ରୀକୁ ଜିଏସଟି ଅନ୍ତର୍ଭୁକ୍ତ କରି ଟିକସ ବ୍ୟବସ୍ଥାର ସରଳୀ କରଣ କରିବା ବ୍ୟବସ୍ଥା କରୁ ନାହାଁନ୍ତି । ରାଜ୍ୟ ସରକାର ଭାଟ କ୍ଷେତ୍ରରେ ଲିଟର ପିଛା ସର୍ବନିମ୍ନ ୧୦ ଟଙ୍କା କମାଉ ନାହାନ୍ତି । ତୈଳଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଲଗାମହୀନ ମୂଲ୍ୟ ବୃଦ୍ଧି ଖାଉଟୀ ମାନଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଏହି ଜନ ବିରୋଧୀ ନୀତିର ପ୍ରତିବାଦ କରିବା ସହିତ ସରକାର ଅବିଳମ୍ବେ ଦର ବୃଦ୍ଧି ପ୍ରତ୍ୟାହାର କରିବା ଦାବିରେ ଆଜିର ଏହି ୬ ଘଣ୍ଟିଆ ବନ୍ଦ ପାଳନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସିପିଆଇ (ଏମ୍)ର ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଏଆଇସିସି ସଭ୍ୟ ହଳଧର ସେଠୀ, ବରିଷ୍ଠ ବାମପନ୍ଥୀ ନେତା ଉମେଶ ଚନ୍ଦ୍ର ସିଂହ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ମାଧବ ଦାସ, ଆଦିକନ୍ଦ ରାଉଳ, ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ମୁକ୍ତାର ଖାନ, ପୂର୍ବତନ ନଗରପାଳ ଆକବର ଅଲୀ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ସିଆଇଟିୟୁର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, ସିପିଆଇ (ଏମ୍ଏଲ୍) ନେତା ପ୍ରକାଶ ମଲିକ, ବିକାଶ ଚନ୍ଦ୍ର ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ଶରତ କୁମାର ବେହୁରା, ସେକ ମସୁଦ ଅଲୀ, ପ୍ରଫୁଲ୍ଲ ଦାସ, ହୃଦାନନ୍ଦ ଲେଙ୍କା, ପ୍ରଦୀପ ମଲିକ, କେଦାର ବେହୁରା, ବିନୟ ଭୂଷଣ ମଲିକ, ନିରଞ୍ଜନ ଦାସ, ସୀତାକାନ୍ତ ନାୟକ, ଦିବାକର ସାହୁ, ମନୋଜ ଓଝା, ସୁରେଶ ଚନ୍ଦ୍ର ସାହୁ, ରମେଶ ମଲିକ, ଚିତ୍ରସେନ ପରିଡା, ଉମାକାନ୍ତ ଜେନା, ସର୍ବେସ୍ୱର ବେହେରା, ନାରାୟଣ ଚନ୍ଦ୍ର ପରିଡା, ଚୈତନ୍ୟ ପାତ୍ର, ମଣ୍ଟୁ ବରାଳ, ପ୍ରଭାତ ଉଡାନ ସିଂହ, ଲକ୍ଷ୍ମୀଧର ପଲାଇ, ପ୍ରସାଦ ଜେନା, ରାଜନ ଥାଟୋଇ, ପିତାମ୍ବର ଜେନା, ଅନନ୍ତ ସ୍ୱାଇଁ, ନିରାକାର ପରିଡା, ଚନନ୍ଦ ଦାସ, ଜ୍ଞାନ ରଞ୍ଜନ ସାହୁ, ମାନସ ପ୍ରଧାନ, ବସନ୍ତ କୁମାର ରାଉତ, ରତୀକାନ୍ତ ସାମଲ, ଦୟାନିଧି ପରିଡା, ଗଣେଶ ମେକାପ, ମଧୁସୁଦନ ସେଠୀ, ନୃସିଂହ ରାଉତ, ନିର୍ମଳ ପ୍ରଧାନ, ପ୍ରମୋଦ ବିଶ୍ୱାଳ, ସୁବାଷ ସାହୁ, ଶ୍ରୀଧର ନାଥ, ପରବିନ ଜସୱିନ, ଲଳିତ ସ୍ୱାଇଁ ପ୍ରମୁଖ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରିଥିଲେ । ଏହି ବନ୍ଦକୁ କେନ୍ଦ୍ରାପଡା ଜିଲ୍ଲା ତଥା ସହରବାସୀ ସମର୍ଥନ ଓ ସହଯୋଗ କରିଥିବାରୁ ୪ଟି ଦଳ ପକ୍ଷରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦିଆଯାଇଛି ।


