କେନ୍ଦ୍ରାପଡାରେ ଖୋଲିଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାଜଜ ଗୋପାଳ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଏହି ସ୍ୱତନ୍ତ୍ର ଅଦାଲତକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାରେ ବାଳ ଅପରାଧ ଓ ଶିଶୁ ଯୈାନ ନିର୍ଯ୍ୟାତନା ମାମଲା ଗୁଡିକର ତୁରନ୍ତ ଫଇସଲା ପାଇଁ ଏହି ଅଦାଲତ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରିବା ସହ ଜିଲ୍ଲାରେ ବାଳ ଅପରାଧକୁ ନିୟନ୍ତ୍ରଣ ଦିଗରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାଜଜ ଶ୍ରୀ ବେହେରା ଏହି ଅବସରରେ କହିଥିଲେ । ଏହି ସ୍ୱତନ୍ତ୍ର ଅଦାଲତର ସ୍ୱତନ୍ତ୍ର ନ୍ୟାୟାଧିକାରୀ ଭାବେ ପ୍ରଣତୀ ପଟ୍ଟନାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଫାଷ୍ଟଟ୍ରାକ୍ କୋର୍ଟ ଜଜ ତ୍ରୀବିକ୍ରମ କେଶରୀ ଚିନାରା, ପରିବାର ଅଦାଲତ ଜଜ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲାଜଜ ଅଜୟ କୁମାର ପ୍ରଧାନ, ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧୃବ ଚରଣ ଜେନା, ସଂପାଦକ ଜୀତେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।