କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ମହକୁମାସ୍ଥିତ ପୈାରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡେପୁଟୀ କଲେକ୍ଟର ଶ୍ରୀକାନ୍ତ ପରିଜା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଟି ସାମୁହିକ ଓ ୭୮ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମଧୁବାବୁ ପେନସନ ଯୋଜନା, ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ଜମିଜମା ମାମଲା, ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଭୃତି ଦରଖାସ୍ତ ଥିବା ବେଳେ ସାମୁହିକ ଅଭିଯୋଗ ମଧ୍ୟରେ ପୂର୍ବ ଅଗ୍ନିକାଣ୍ଡର ତଦନ୍ତ ପାଇଁ ଭାଗବତପୁର ଗ୍ରାମବାସୀ ଓ ସଂଗ୍ରାମ କେଶରୀ ସାମଲଙ୍କ ଆବେଦନ, ମଧୁମିତା ମହାପାତ୍ର ଓ କଂସାର ଗ୍ରାମବାସୀଙ୍କ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ସମ୍ପର୍କରେ ଦରଖାସ୍ତ ଥିଲା । ଅଭିଯୋଗ ଗୁଡିକର ଶୁଣାଣି କରି ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗରର ସରୋଜିନୀ ମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ହଜାର ଟଙ୍କାର ଚିକିତ୍ସା ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିବା ବେଳେ ଡେରାବିଶ ବ୍ଲକ ନୂଆଗାଁର ଧନେଶ୍ୱର ନାଥଙ୍କୁ ଚିକିତ୍ସା ସହାୟତା ୫ହଜାର ଟଙ୍କା, ରାଇଚାନ୍ଦ ବାସୁଦେବପୁରର ସୁଲୋଚନା ଦେଇଙ୍କୁ ପରିବାର ପ୍ରତିପୋଷଣ ସହାୟତା ୫ହଜାର ଟଙ୍କା, ପଟ୍ଟାମୁଣ୍ଡାଇ ଜାମୁକୁନ୍ଦର କୁଳମଣୀ ନାୟକଙ୍କୁ ୫ହଜାର ଟଙ୍କା, ମହାକାଳପଡା ବ୍ଲକ ଅନ୍ତର୍ଗତ ବରକୋଳିଖଳାର ଲିଲି ବାରିକଙ୍କୁ ୫ହଜାର ଟଙ୍କାର ଅର୍ଥନୈତିକ ଅନଗ୍ରସର ସହୟତା ରାଶି ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ