କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ୮୬ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଏସପି ଶ୍ରୀ ମଡକର ପ୍ରଥମେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟାପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କଟାରୁ ପ୍ରାପ୍ତ ବାର୍ତ୍ତାକୁ ପଢିଥିଲେ । ଏଥିସହିତ ଗତ ୨୦୨୦ମସିହାରେ କେନ୍ଦ୍ରାପଡା ପୋଲିସ ଜିଲ୍ଲାର ଶ୍ରେଷ୍ଠ ପୋଲିସ ସବଇନିସପେକ୍ଟର କାଦମ୍ବିନୀ ପରିଡା, ଶ୍ରେଷ୍ଠ ଏ.ଏସ.ଆଇ. ନିକୁଞ୍ଜ କିଶୋର ପ୍ରଧାନ, ଶ୍ରେଷ୍ଠ ହାବିଲଦାର ସଞ୍ଜୟ କୁମାର ଦାସ, ଶ୍ରେଷ୍ଠ ଓ.ଆର. କନେଷ୍ଟବଳ ଖଗେଶ୍ୱର ସିଂହ ଏବଂ ଶ୍ରେଷ୍ଠ ଏ.ପି.ଆର. କନେଷ୍ଠବଳ ଚିତ୍ତରଞ୍ଜନ ସ୍ୱାଇଁଙ୍କୁ ଏସପି ପୁରସ୍କୃତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରୀକ ଥାନା ପାଇଁ ଏକ ଦୁଇ ମହଲା ବିଶିଷ୍ଟ ଗୃହଦାନ କରିଥିବାରୁ ତାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ, ସହକାରୀ କମାଣ୍ଡାଟ ସୁରେନ୍ଦ୍ର ନାଥ ନାୟକ, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ, ସର୍ଜେଣ୍ଟ ମନବୀର ସାଗର ବାଗେ, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡର ସବଇନିସପେକ୍ଟର ପ୍ରଦୀପ୍ତ କୁମାର କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ