କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭାରତର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସେ ବକ୍ତବ୍ୟ ରଖିଥିଲେ । ସମ୍ବିଧାନିକ ଧାରା ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜିଲ୍ଲାପାଳଙ୍କ କାଯ୍ରା୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସେ ଶପଥ ପାଠ କରାଇଥିଲେ । ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବୋଲି କହି ସମ୍ବିଧାନକ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମ୍ବିଧାନ ପ୍ରଣେତା ଡଃ. ବି. ଆର. ଆମ୍ବେଦକରଙ୍କ ରାଜନୈତିକ ଓ ସାମାଜିକ ବ୍ୟବସ୍ଥାର ନୀତି ଉପରେ ରଷ୍ଟ୍ରର ପ୍ରଗତିର ଧାରା ନିର୍ଭର କରେ ବୋଲି କହିଥିଲେ । ଏହି ଶପଥ ପାଠରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାଶ, ପ୍ରମୋଦ କୁମାର ରାଉତ, ମୀର ସଲିମଉଦ୍ଦିନ୍‌, କନିଷ୍ଠ ରାଜସ୍ୱ ସହାୟକ ଜୟଶ୍ରୀ ସହୁ, ସଂଗୀତା ବେହେରା, ତପନ ପରିଡା, ରଞ୍ଜନ କୁମାର ବେହେରା, ବୀର ମାଝି, ସୁରେନ୍ଦ୍ର ନାଥ ମଲ୍ଲିକ, ଅଶୋକ କୁମାର ପଣ୍ଡା, ପ୍ରମୋଦ କୁମାର ଭଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ