କେନ୍ଦ୍ରାପଡାରେ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍‌

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଫକିରାବାଦ୍‌ର ଆଜାଦ କ୍ଲବ ଆନୁକୂଲ୍ୟରେ ଆଜି ଅପରାହ୍ନରେ କେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଦ୍‌ୟାପକ ଅଜୟ କୁମାର ରାଉତ ଓ ସମ୍ମାନୀତ ଅତିଥି ଭାବରେ କାଉନସିଲର ସେକ ଅସଲମ୍‌, କାଉନସିଲରଙ୍କ ପ୍ରତିନିଧି ସେକ ନସିମୁଦ୍ଦିନ, ସଞ୍ଜୟ କୁମାର ଶତପଥୀ ଓ ସୟଦ ପରୱେଜ ଅଲି ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ଏହି ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବ କୋଲକାତାର ହିନ୍ଦୁସ୍ତାନ ହିରୋଜ୍ ଫୁଟବଲ୍ ଏକାଡେମୀକୁ ୧-୦ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । କାଲିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ସୁରଜ କ୍ଲବ କଟକର ଜି.ଏସ. କମ୍ପାନୀକୁ ୧-୦ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ରିଜର୍ଭ ପୋଲିସ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉପସଭାପତି ମୀର ବକାଉଲ୍ଲା, ସଂପାଦକ ସେକ୍ ଲିଆକତ ଅଲ୍ଲୀ(ନସରୁ), ସୟଦ ଅବଦୁଲ ସତ୍ତାର, ମହମ୍ମଦ ଆମୀର, ସହ ସମ୍ପାଦକ ମିର ଖୁବେର, ସେକ୍ ସଫାତୁଲ୍ଲା, ଅକିଲ ଅହେମଦ୍‌, କୋଷାଧ୍ୟକ୍ଷ ସେକ ଅମିର ଅହେମଦ୍‌, ଉପଦେଷ୍ଟା କେନ୍ଦ୍ରାପଡା ପୈାର ପରିଷଦର ସମସ୍ତ କାଉନସିଲରବୃନ୍ଦ, ସୟେଦ ଅହେସାନ ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ, ସେକ ସିରହାନ ଅଲ୍ଲୀ, କଲିମ ଖାନ, ଆୟାଜ ମହମ୍ମଦ୍‌, ଅବଦୁଲ ମାଲିକ, ଓସିଉଲା ଖାଁ, ଭାବଗ୍ରାହୀ ସିଂହ, ସେକ ଅହେମଦ୍‌, ମିର ୟାସିର, ସେକ ଅଖତର, ମହମ୍ମଦ ଜାକିର, ମିର ମନଜର ଅଲି, ମିର ଅବୁସମା, ବାସା ଖାଁ, ଟିକା ଖାଁ, ମିର ଫାରୁକ, ଜାହିଦ ଖାଁ, ମହମ୍ମଦ ଅଜହର ଅଲି, ସେକ ତନଜା, ନୁରୁଲ ହକ୍‌, ତାଜୁଦିନ ଖାଁ, ପ୍ରଦିପ କୁମାର ବେହେରା, ମିର ଆରିଫ୍‌, ଯୁବ ଗୋଷ୍ଠିର କାର୍ଯ୍ୟକର୍ତ୍ତା ଅବଦୁଲ ମଜିଦ୍‌, ନଫିସ ଅହେମଦ୍‌, ସେକ ସକାବତ୍‌, ଅଜହର ଉଦିନ ଖାଁ, ସେକ ସଗିର, ନୁର ଖାଁ, ବାବା ଖାଁ, ପରୱେଜ ଅଖତର, ଫୁରକାନ୍ ଖାଁ, ମହମ୍ମଦ ନାଜିର, ସେକ ଚାନ୍ଦ, ବାସୁ ଖାଁ, ସେକ ଫରହାନ ଅଲି, ଖାଜା ରମଜାନ୍‌ି, ସେକ ଅବୁଜଲାଲ୍‌, ସାଜେଦୁର ରହେମାନ୍‌, ସେକ ଆବାସ, ହପିଜୁର ରହେମାନ, ରାକେଶ ମହାପାତ୍ର, ଅଦିବ ଖାଁ, ଆସିଫ ଖାଁ, ମିର ଆରିଫ୍‌, ସେକ ମହେବୁବ୍‌, ନଇମ ଖାଁ, ରାଜୁ ଖାଁ, ସେକ ଅଦିଲ, ଇକବାଲ, ସେକ ମୁସ୍ତାକ, ମିର ଇଦ୍ରିସ, ସେକ କାମିଲ, ମତଲୁବ, ରବୀନ୍ଦ୍ର ବେହେରା, ନୁରାନି ଖାଁ ପ୍ରମୁଖପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ୍ କଟକ ଓ ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହେଉଛି । ଏଥିରେ ଅତିଥି ଭାବେ କାଉନସିଲର ଉମେଶ ଚନ୍ଦ୍ର ନାୟକ, ଚୈାଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ ଓ ପୂର୍ବତନ କାଉନସିଲର ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ