କେନ୍ଦ୍ରାପଡାରେ ନୂତନ ଜଙ୍ଗଲ ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଫରେଷ୍ଟରେଞ୍ଜ କାର୍ଯ୍ୟାଳୟରେ ନୂତନ ରେଞ୍ଜର ଭାବେ ରାଜେନ୍ଦ୍ର କୁମାର ସାମନ୍ତରାୟ ଶୁକ୍ରବାର ଯୋଗଦେଇଛନ୍ତି । ଶ୍ରୀ ସାମନ୍ତରାୟ ପୂର୍ବରୁ କଟକ ଜଙ୍ଗଲ ଡିଭିଜନରେ କାର୍ଯ୍ୟରତ ଥିଲେ । ଏଠାରେ କାର୍ଯ୍ୟରତ ଥିବା ଫରେଷ୍ଟ ରେଞ୍ଜର ଗୋବିନ୍ଦ ରଥ ବୁଧବାର ଅବସରଗ୍ରହଣ କରିଛନ୍ତି । ଶ୍ରୀ ରଥ ନୂତନ ରେଞ୍ଜର ଶ୍ରୀ ସାମନ୍ତରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । କେନ୍ଦ୍ରାପଡା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ରେଞ୍ଜର ଶ୍ରୀ ସାମନ୍ତରାୟଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ ।