କେନ୍ଦ୍ରାପଡାରେ ପିଆଇବିର ଆଂଚଳିକ ଗଣମାଧ୍ୟମ କର୍ମଶାଳା
କେନ୍ଦ୍ରାପଡା:ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ତ ଭୂବନେଶ୍ୱରର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ପ୍ରଶାସନ ଓ ଗଣମାଧ୍ୟକ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ଯୋଜନା ପ୍ରଣୟନ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶୈଳେଶ କୁମାର ମାଲବ୍ୟ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ସେ କହିଥିଲେ ଯେ ଗ୍ରାମାଚଂଳରେ କାମ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାରେ ଉଲ୍ଲେଖନୀୟ ଅବଦାନ ରହିଛି । ବିଭିନ୍ନ ଯୋଜନାର ସୁଫଳ ଲୋକମାନେ କିପରି ପାଇବେ ସେ ସମ୍ପର୍କରେ ସେମାନଙ୍କ ଲେଖା ଓ ରିପୋର୍ଟ ଯଥେଷ୍ଟ ସହାୟକ ହୋଇଥାଏ । ଏପରିକି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ରହିଥିବା ତୃଟି ବିଚ୍ୟୁତିକୁ ମଧ୍ୟ ସେମାନେ ଲୋକଲୋଚକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରାମୀଣ ସାମ୍ବାଦିକମାନେ ସମୃଦ୍ଧ କରିଥାନ୍ତି ବୋଲି ଅତିରିକ୍ତ ମହାନିର୍ଦେଶକ ଶ୍ରୀ ମାଲବ୍ୟ ମତବ୍ୟକ୍ତ କରିଥିଲେ । ଜନସଚେତନତା ସୃଷ୍ଟି କରିବାରେ ସୋସି।।ଲ ମିଡିଆ ଓ ପ୍ରଯୁକ୍ତିର ବ୍ୟବହାରତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଶ୍ରୀ ମାଲବ୍ୟ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ବିଜୟ କୁମାର କର ସ୍ୱଛ ଭାରତ ଅଭିଯାନ(ଗ୍ରାମୀଣ), ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱାସ୍ଥ୍ୟ କାର୍ଡ, ନିମଯୁକ୍ତ ୟୁରିଆ ଯୋଗାଣ, ପି.ଏମ.କିଷାନ ଯୋଜନା, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୁମାର ରାଉଳ ସ୍କିଲ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ବିକାଶ ଯୋଜନା ଏବଂ ସତ୍ୟଭାମା ପ୍ରଧାନ ଓଡିଶା ଜୀବିକା ମିଶନ ଓ ମହିଳା ଶସକ୍ତିକରଣ ଉପରେ ଆଲୋଚନା କରିଥିଲେ । ପତ୍ର ସୂଚନା କାର୍ଯୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୈାଧୁରୀ ସ୍ୱାଗତ ଭାଷଣ ପ୍ରଦାନ ସହିତ କର୍ମଶାଳାକୁ ପରିଚାଳନା କରିଥିଲେ । ଶ୍ରୀ ଚୈାଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଶୈଳି ଓ ବାର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ସ୍ୱଛ ଭାରତ ଅଭିଯାନ,ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନା, ଉଜ୍ଜ୍ୱଳା ଯୋଜନା ପ୍ରଭୃତି ସମ୍ପର୍କରେ ସଂକ୍ଷୀପ୍ତ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ପରିକ୍ଷୀତ ପାତ୍ର,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇଥିଲେ । ଏହି ଏକ ଦିବସୀୟ କର୍ମଶାଳାରେ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ନିଜର ମତ ରଖିଥିଲେ । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।


