କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ଛଡାଯିବା ସଂପୂର୍ଣ୍ଣ ବନ୍ଦ କରାଯାଇନଥିବାରୁ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି । ଏହି ଜିଲ୍ଲାଦେଇ ପ୍ରବାହିତ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ବିରୂପା, ବ୍ରାହ୍ମଣୀ ପ୍ରଭୃତି ନଦୀର ଜଳସ୍ତର କେଉଁଠି ବୃଦ୍ଧିପାଉଛି ତଃ ଆଉ କେଉଁଠି ସ୍ଥିର ରହିଥିବା ଦେଖିବାକୁ ମିଳିଛି । ଉପରୋକ୍ତ ନଦୀ ଗୁଡିକର ଅନେକ ସ୍ଥାନରେ ବିପଦ ସଙ୍କେତ ନିକଟରେ ବା ଅନ୍ୟ କେଉଁଠି ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି । ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷର ସୂଚନା ଅନୁଯାଇ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧିନ ଲୁଣା ନଦୀର ପୁବଂଶ ଠାରେ ବିପଦ ସଙ୍କେତ ସ୍ତର ୩୫.୨୮ଫୁଟ ଥିବା ବେଳେ ସେଠାରେ ୩୭.୬୦ଫୁଟ ଜଳ ପ୍ରବାହିତ ହୋଇ ସ୍ଥିର ଅବସ୍ଥାରେ ଥିବା ବେଳେ ଦାନପୁର ଠାରେ ବିପଦ ସଙ୍କେତ ସ୍ତର ୩୨.୫୫ ଥିବା ବେଳେ ସେଠାରେ ୩୫.୩୦ ଫୁଟରେ ସ୍ଥିର ରହିଛି, ବସପୁର ଠାରେ ବିପଦ ସଙ୍କେତ ସ୍ତର ୩୦.୦୦ଫୁଟଥିବା ବେଳେ ସେଠାରେ ବିପଦ ସଙ୍କେତ ଉପରେ ୩୨.୧୦ଫୁଟଥିବା ବେଳେ ଜଳସ୍ତର ବୃଦ୍ଧି ପାଉଛି, ମାର୍ଶାଘାଇ ଠାରେ ବିପଦ ସଙ୍କେତ ସ୍ତର ୨୨.୦୦ଫୁଟ ଥିବା ବେଳେ ସେଠାରେ ମଧ୍ୟ ବିପଦ ସଙ୍କେତ ଉପରେ ୨୪.୭୦ଫୁଟରେ ସ୍ଥିର ରହିଥିବା ସୂଚନା ଦିଆଯାଇଛି । ସେହିଭଳି ଚିତ୍ରୋତ୍ପଳା ନଦୀର ପାଟକୁରା ଠାରେ ବିପଦ ସଙ୍କେତ ସ୍ତର ୨୧.୫୦ଫୁଟ ଥିବା ବେଳେ ସେଠାରେ ୨୫.୫୫ଫୁଟରେ ରହି ବୃଦ୍ଧି ପାଉଥିବା ବେଳେ ବ୍ରାହ୍ମଣୀ ନଦୀର ଇନ୍ଦୁପୁର ଠାରେ ବିପଦ ସଙ୍କେତ ସ୍ତର ୮.୨୩ମିଟର ଥିବା ବେଳେ ସେଠାରେ ୮.୨୯ ଫୁଟ ରହି ଜଳସ୍ତର ହ୍ରାସ ପାଉଥିବା ବେଳେ ଅଳଭା ଠାରେ ବିପଦ ସଙ୍କେତ ସ୍ତର ୪.୯୯ ମିଟର ଥିବା ବେଳେ ସେଠାରେ ୫.୬୭ ମିଟର ରହି ଜଳସ୍ତର ହ୍ରାସ ପାଉଥିବା ଓ ବିରୂପା ନଦୀର ଗୋପାଳପୁର ଠାରେ ବିପଦ ସଙ୍କେତ ସ୍ତର ୧୦.୦୫ଥିବା ବେଳେ ସେଠାରେ ୧୦.୪୦ମିଟର ବନ୍ୟା ଜଳ ପ୍ରବାହିତ ହୋଇ ଜଳସ୍ତର ହ୍ରାସ ପାଉଛି । ଏହିସବୁ ନଦୀର ୩୧ଟି ସ୍ଥାନରେ ଘଳିଆ ପଡିଥିବା ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଘଳିଆ ପଡିଥିବା ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇ ବନ୍ଦ କରାଯିବାକୁ ଚେଷ୍ଟା ଜାରି ରହିଛି । ପ୍ରଶାସନ ଅନେକ ସ୍ଥାନରେ ଏପର୍ଯ୍ୟନ୍ତ ପହଁଚି ପାରିନଥିବା ଅଭିଯୋଗ ହୋଇଛି । । ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୈାଣସି ସୂଚନା ପ୍ରଦାନ କରାନଯିବା ଓ ଜିଲ୍ଲା ଜରୁରୀ ଅଧିକାରୀଙ୍କ ଦାୟୀତ୍ୱରେ ଥିବା ସଂପୃକ୍ତ ଅଧିକାରୀଙ୍କୁ ଟେଲିଫୋନ କଲେ ସେ ମୋବାଇଲ ଉଠାଉନଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ