କେନ୍ଦ୍ରାପଡାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଇଛାପୁରସ୍ଥିତ ରଥଦାଣ୍ଡରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।ବିଜେପିକୁ ଟାର୍ଗେଟ କରି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗତକାଲି ମୁଣ୍ଡପିଛା ୧୦କିଲୋ ଚାଉଳ ପାଉଥିବା ହିତାଧିକାରୀ ଆସନ୍ତାକାଲି ଠାରୁ ୫କିଲୋ ଚାଉଳ ପାଇବେ । ଏହାକୁ କେନ୍ଦ୍ରର ବିଜେପି ସରକାର କାଟି ଦେଇଛନ୍ତି । ଗରିବ କଲ୍ୟାଣ ଯୋଜନା ଗୁଡିକୁ ଏହି ସରକାର କାଟି କାଟି ଚାଲିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ନବୀନ ସରକାର ଗୁରୁତ୍ୱ ଦେଇ ଦେଶରେ ଏକନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ବିଜେପି ସରକାର ଗରିବ ମାରଣ ନୀତି ଅବଲମ୍ବନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାରେ ବିକାଶ କାର୍ଯ୍ୟ ଚାଲୁ ରହିଛି । ମୁଖ୍ୟମନ୍ତ୍ରୀ କେବଳ ଦେଶରେ ନୁହନ୍ତି ବିଦେଶ ମାଟି ଇଟାଲିରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଜିଲ୍ଲାର ମହାକାଳପଡା ଠାରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏଥିନିମନ୍ତେ ମାର୍ଶାଘାଇ ଠାରୁ କାରାଖାନା ସ୍ଥଳକୁ ରାସ୍ତା ନିର୍ମାଣ ପାଇଁ ୧୫୦କୋଟି ଟଙ୍କାର ଟେଣ୍ଡର ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ୨୨ବର୍ଷର ବିଜେଡି ସରକାର ୨୬ବର୍ଷର ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ରାଜ୍ୟର ସାମଗ୍ରିକ ବିକାଶ କ୍ଷେତ୍ରରେ ଦେଶରେ ଆଗରେ ରହିଛି । ଗତ ତ୍ରିସ୍ତରୀୟ ନିର୍ବାଚନରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜେଡି ସମସ୍ତ ଜିଲ୍ଲା ପରିଷଦ ପଦବୀ ହାସଲ କରିଥିବା ବେଳେ କେନ୍ଦ୍ରାପଡା ପଞ୍ଚାୟତ ସମିତିରେ ପୂର୍ଣ୍ଣ ସମର୍ଥନରେ ପଞ୍ଚାୟତ ସମିତି ଗଠନ କରିଥିଲା । ସେହିପରି କେନ୍ଦ୍ରାପଡା ପୈାର ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନଗରପାଳ ଭାବେ ୧୩ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିବା ବେଳେ ପୈାରପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଦଳୀୟ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଛି । ମହିଳାମାନଙ୍କୁ ସୁସଂଗଠିତ ଓ ସ୍ୱାବଲମ୍ବି କରି ମହିଳା ଶସକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଅନ୍ୟ ଦେଶ ଗୁଡିକ ଏହାକୁ ରୋଲ ମଡେଲ ଭାବେ ଗ୍ରହଣ କରିଛନ୍ତି ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ ସଭାରେ କେନ୍ଦ୍ରାପଡା ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର ମହିଳା ଶସକ୍ତିକରଣ ଉପରେ ଦଳର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି, ନିର୍ମଳା ମହାନ୍ତି, ଲିଲିତା ଦାସ, ପ୍ରିୟଦର୍ଶିନୀ ତରାଇ, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଉମେଶ ନାୟକ, ପ୍ରଭାଶିଷ ପଣ୍ଡା, ଚୈାଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି,ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ସରପଞ୍ଚ ଗାଙ୍ଗପଡା ଅଶ୍ୱିନୀ କୁମାର ପାତ୍ର, ଯୁବନେତା ସଂଗମ କେଶରୀ ସାମଲ, ସେକ ନିୟାଜ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସତ୍ୟପ୍ରକାଶ ବେହେରା, ହିରଣ୍ୟ ପଣ୍ଡା, ପୈାରସଭ୍ୟ ଅଭୟ ବେହେରା, ଓସ୍ତପୁର ସରପଞ୍ଚ ପ୍ରସନ୍ନ କୁମାର ରାଉତ, ଭଜକୃଷ୍ଣ ରାଉତ, ରବୀନ୍ଦ୍ରାନାଥ ପଣ୍ଡା, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ଉର୍ମିଳା ସେଠୀ, ସୟଦ ଅକମଲ ଅଲ୍ଲୀ, ସୁରେନ୍ଦ୍ରନାଥ ଜେନା, ଦେବାଶିଷ କୁବେର, ଶକ୍ତିକାନ୍ତ ପାତ୍ର, ନାରାୟଣ ସାହୁ, ମଙ୍ଗଳବରଣ ସିଂ, ପ୍ରକାଶ ପରିଡା, ସଞ୍ଜୟ ଜେନା, ତ୍ରିଲୋଚନ ଦାସ, ରକିବୁର ରହେମାନ, ସୁଧିର ସ୍ୱାଇଁ, ସେକ ମୋସିମ, ମୀର ଅମୀର ପ୍ରମୁଖ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।