କେନ୍ଦ୍ରାପଡାରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଫ୍ତାର ପାର୍ଟି ଅନୁଷ୍ଠିତ
କେନ୍ଦ୍ରାପଡା ( ଯୁଗାବ୍ଦ ନ୍ୟୁଜ୍) : ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ‘ମୟୁରୀ ଗାର୍ଡେନ’ପରିସରରେ ରବିବାର ସନ୍ଧ୍ୟାରେ ଏକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା । ପବିତ୍ର ରମଜାନ ମାସର ରୋଜା ଉପଲକ୍ଷେ ୨୭ତମ ଦିନରେ ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ଅଧ୍ୟକ୍ଷତାରେ ଏହି ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ , ପୂର୍ବତନ କଂଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ, ବିଜେଡି ଲିଗାଲ ସେଲର ଆଇନଜିବୀ ସଞ୍ଜୟ କୁମାର ଜେନା, ଜିଲ୍ଲା ବିଜେଡି କାର୍ୟ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, ସେକ ନିୟାଜ(ମତୁ ), ସେକ ଲିଆକତ (ନସରୁ) ମୀର ଅହମ୍ମଦ ଅମୀର, ସେକ ଗୋଫ୍ରାନ, ଡା. ସମୀ ସଲିମ, ପ୍ରମୋଦ ପ୍ରଧାନ, ଆଲୋକ ସାହୁ, ଧିରେନ ସାହୁ, ରଞ୍ଜିତ ସାହୁ, ସେକ ରହେମତ,ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ଏଭଳି କାର୍ୟ୍ୟକ୍ରମର ଆୟୋଜନ ଦ୍ୱାରା କେନ୍ଦ୍ରାପଡାରେ ଉଭୟ ମୁସଲିମ ଓ ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଭାଇଚାରା ସର୍ବଦା ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ଅତିଥିମାନଙ୍କୁ ବିଜେଡି ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ପୁଷ୍ପଗୁଛ,ମୁସଲିମ ଧର୍ମର ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯିବା ପରେ ଉଭୟ ସଂପ୍ରଦାୟର ଲୋକ ଓ ଅତିଥିମାନେ ଏକାଠି ବସି ସରବତ ପିଇବା ସହ ଫଳ ଆହାର କରିଥିଲେ । ଏହି ଇଫତାର ପାର୍ଟିରେ ଉଭୟ ସଂପ୍ରଦାୟର ପ୍ରାୟ ୬ଶହ ଲୋକ ଯୋଗ ଦେଇଥିଲେ ।