କେନ୍ଦ୍ରାପଡାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱରେ ପ୍ରତ୍ୟେକ ଜିନିଷ ସିମିତ ଅଛି । ତାକୁ ଅଧିକ ଦିନ ବ୍ୟବହାର କରିବାକୁ ହେଲେ ପ୍ରଥମେ ଜନସଂଖ୍ୟା କମାଇବାକୁ ପଡିବ । ସହରର ଲୋକ ଏ ସମ୍ପର୍କରେ ସଚେତନ ହେଲେଣି କିନ୍ତୁ ଗ୍ରାମାଚଂଳର ଲୋକମାନଙ୍କୁ ଜନସଂଖ୍ୟା ବୃଦ୍ଧିର କୁ ପ୍ରଭାବ ବିଷୟରେ ସଚେତନ କରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମିଶ୍ର କହିଥିଲେ ଯେ ଜୁନ ୨୭ତାରିଖରୁ ଜୁଲାଇମାସ ୧୦ତାରିଖ ପର୍ଯ୍ୟନ୍ତ ସଚେତନତା ପକ୍ଷ ପାଳନ ହେଉଛି ୧୧ଜୁଲାଇରୁ ୨୪ଜୁଲାଇ ପର୍ଯ୍ୟନ୍ତ ସ୍ଥିରିକରଣ ପକ୍ଷ ପାଳନ କରାଯିବ ବୋଲି କହିବା ସହ ଛୋଟ ପରିବାର ସୁଖି ପରିବାର ଏବଂ ସମୃଦ୍ଧ ଭାରତ ଗଠନରେ ଭାଗିଦାର ହେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମ ଅଧରକାରୀ କୃଷ୍ଣ ଚନ୍ଦ୍ର ଲୋହା ବିସ୍ତୃତ ବୀବରଣୀ ପ୍ରଦାନ କରିଥିଲେ । ପରିବାର ନିୟୋଜନ କରି ତୁଲାନ୍ତୁ ଦାୟିତ୍ୱ,ମା’ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ରୁହନ୍ତୁ ସଂପୂର୍ଣ୍ଣ ପ୍ରସ୍ତୁତ । ପରିବାର ନିୟୋଜନ ଦ୍ୱାରା ଜନ୍ମହାର କମ କରି ସୁଖି ପରିବାର କରିହେବ । ସୁସ୍ଥ ସବଳ ଶିଶୁ ଓ ସୁସ୍ଥ ମା’ ପାଇଁ ପ୍ରଥମ ସନ୍ତାନ ଜନ୍ମର ୩ବର୍ଷ ପରେ ଦ୍ୱିତିୟ ସନ୍ତାନ ଜନ୍ମ କରନ୍ତୁ । ପରିବାର ନିୟୋଜନ ଉପକାର ସମ୍ପର୍କରେ ନିଜେ ଜାଣନ୍ତୁ ଓ ଅନ୍ୟକୁ ଜଣାନ୍ତୁ । ସମୃଦ୍ଧ ସମାଜ ଗଠନ କରନ୍ତୁ । ପରିବାର ନିୟୋଜନ ପାଇଁ ପୁରୁଷ ଓ ମହିଳା ବନ୍ଧ୍ୟାକରଣ ପଦ୍ଧତି ରହିଛି । ସେସବୁ ସମ୍ପର୍କରେ ଜାଣନ୍ତୁ । ଏସବୁ ପାଇଁ ସଂପୃକ୍ତ ହିତାଧିକାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା ରହିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ,ଡିପିଏମ ପ୍ରକାଶ ବାନାର୍ଜୀ,ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ