କେନ୍ଦ୍ରାପଡାରେ ଭୋଲଟାଜର ପ୍ରଥମ ଦୋକାନ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ଭୋଲଟାଜ କମ୍ପାନୀର ପ୍ରଥମ ଦୋକାନ ଆଜି ଉଦଘାଟିତ ହୋଇଯାଇଛି । କଟକ-ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡାସ୍ଥିତ ଗରାପୁର ଡାକବଙ୍ଗଳାର ଅନତିଦୂରରେ “ଅଭିରାମ ଡିଷ୍ଟ୍ରିବ୍ୟୁଟର”ରେ ଭୋଲଟାଜ କମ୍ପାନୀର ପ୍ରଥମ ଶୋରୁମ ଖୋଲିଛି । ଏହି ଶୋରୁମକୁ କମ୍ପାନୀର ପରିଚାଳନା ନିର୍ଦେଶକ ତଥା ସି.ଇ.ଓ. ପ୍ରଦୀପ ବକ୍ସି ଫିତାକାଟି ଉଦଘାଟନ କରିଥିଲେ । ଏହି ଅବସରରେ ଭୋଲଟାଜର ପରିଚାଳନା ନିର୍ଦେଶକ ଶ୍ରୀ ବକ୍ସି କହିଥିଲେ ଯେ ଗ୍ରାହକମାନଙ୍କର ପ୍ରତ୍ୟେକ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ଅତ୍ୟାଧୁନିକ ଜ୍ଞାନକୈାଶଳରେ ନିର୍ମିତ ଭୋଲଟାଜର ଏଆର କଣ୍ଡିସନରସ, ଏଆର ପ୍ୟୁରିଫାୟର, ଏଆର କୁଲରର୍ସ, କମରସିଆଲ ରେଫ୍ରିଜିରେଟର୍ସ, ୱାଟର ଡିସପେନସରର୍ସ, ୱାଟର କୁଲର୍ସ, ରେଫ୍ରିଜିରେଟର୍ସ, ୱାସିଙ୍ଗ ମେସିନ, ମାଇକ୍ରୋୱେଭସ, ଡସ ୱାସରର୍ସ ପ୍ରଭୃତି ଏହି ଶୋରୁମରେ ଯୋଗାଇ ଦିଆଯିବ । ଏହା ଓଡିଶାର ୧୬ତମ ଶୋରୁମ ହୋଇଥିବା ବେଳେ କେନ୍ଦ୍ରାପଡାର ପ୍ରଥମ ଶୋରୁମ ଅଟେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ “ଅଭିରାମ ଡିଷ୍ଟ୍ରିବ୍ୟୁଟର”ର ମାଲିକ ବିଶ୍ୱ ପ୍ରକାଶ ପାଢୀ, ଭୋଲଟାଜର ଆଞ୍ଚଳିକ ପ୍ରବନ୍ଧକ ମାନସରଞ୍ଜନ ମଲ୍ଲିକ, ଭୋଲଟାଜ ଟ୍ରେଡ ମାର୍କେଟିଙ୍ଗ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ