କେନ୍ଦ୍ରାପଡାରେ ମହାଆଡମ୍ବରରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଷ୍ଟ୍ରଭାଷା ରାଷ୍ଟ୍ରର ଗୈାରବ ଓ ରାଷ୍ଟ୍ରର ପରିଚୟ । ଏହାର ଉତ୍ତୋରତ୍ତର ସମୃଦ୍ଧି ହେବା ବାଞ୍ଛନୀୟ । ଆଜି କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବରେ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ହିନ୍ଦୀ ଶିକ୍ଷକମାନଙ୍କୁ ଏହି ଦିବସର ମହତ୍ୱ ସମ୍ପର୍କରେ ପ୍ରତିପାଦନ କରିଥିଲେ । ମୁଖ୍ୟବକ୍ତା ଭାବେ ଡଃ. ଲକ୍ଷ୍ମୀଧର ଦାସ ଯୋଗଦେଇ ହିନ୍ଦୀ ଭାଷାର ଉଦଭବ ଓ ବିକାଶ ଆଜିର ସ୍ଥିତି ଓ ଆଗାମୀ ଦିନରେ ହିନ୍ଦୀ ଭାଷାର କିପରି ସ୍ଥିତି ରହିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୂପେ ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ (ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଓ ଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଯୋଗଦେଇ ହିନ୍ଦୀ ଶିକ୍ଷକମାନଙ୍କ ସମସ୍ୟା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ସଙ୍ଘର ସମ୍ପାଦକ ନିର୍ମଳ କୁମାର ନାୟକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ କ୍ୟାଡରଭୁକ୍ତ ହେବା ଯଥାର୍ଥ ବୋଲି ପ୍ରତିପାଦନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ବଳ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ଯୋଗଦେଇ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଉଦବୋଧନ ଦେଇଥିଲେ । ଶିକ୍ଷକ ରଞ୍ଜନ କୁମାର ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହିନ୍ଦୀ ଶିକ୍ଷକ ଇଶ୍ୱର ଚନ୍ଦ୍ର ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସମ୍ପାଦକ ମହେଶ୍ୱର ସାହୁ ସମ୍ପାଦକୀୟ ବିବରଣୀରେ ଭୋକେସନାଲକୁ ତୃତୀୟ ଭାଷାରୁ ବାଦ୍ ଦେବା ପାଇଁ ନିଜ ବକ୍ତବ୍ୟ ରଖିଥିଲେ । ବିଶେଷ ପ୍ରତିଭା ଭାବେ ଜିଲ୍ଲାର ହିନ୍ଦୀ ଏମ.ଏ. ଡିଗ୍ରିଧାରୀ ଶିକ୍ଷକମାନଙ୍କୁ ଉଚ୍ଚତ୍ତର ହାରରେ ଦରମା ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶିକ୍ଷକ ସିଦ୍ଦାର୍ଥଶଙ୍କର ନାୟକଙ୍କୁ, ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ସେଠୀଙ୍କୁ ହିନ୍ଦୀ ଶିକ୍ଷା ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସେବା ପ୍ରଦାନ ନିମନ୍ତେ, ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ, ଦୀପକ କୁମାର ରାଉତ ଓ ଧୀରେନ୍ଦ୍ର ରାଉଳଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିନ୍ଦୀରେ ଶତ ପ୍ରତିଶତ ନମ୍ବର ରଖିଥିବାରୁ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର କୃତି ଛାତ୍ରୀ ଅସୀମା ଦାସ, ମାଣିକପୁର ନୃସିଂହଜୀଉ ଉଚ୍ଚ ବିଦ୍ୟାଲୟର ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଛାତ୍ରୀ ସୋଫିଆ ଫିର୍ଦ୍ଦୋସ ଏବଂ ଶିକ୍ଷୟିତ୍ରୀ ସବନମ ଆରା ଏବଂ ଗାୟତ୍ରୀ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅବସର ନେଇଥିବା ହିନ୍ଦୀ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ଗିରିଧାରୀ ପାତ୍ର, ନାରାୟଣ ପତି, ସୁଚିତ୍ରା ସାହୁ, ନିବେଦିତା ରାଉଳ, ଅନାଦି ଚରଣ ପ୍ରଧାନ, ବିଜୟ କୁମାର ବେହେରା, ରବୀନ୍ଦ୍ର କୁମାର ପରିଡା, ବସନ୍ତ କୁମାର ସାମଲ, ଦାମୋଦର ସାହୁ, ସେକ ବାବୁଜାନ, ତ୍ରୈଲୋକ୍ୟନାଥ ସ୍ୱାଇଁ, ସୁରେନ୍ଦ୍ର କୁମାର ପ୍ରଧାନ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଶିକ୍ଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକରି ପ୍ରଶଂସିତ ହୋଇଥିବା ଶିକ୍ଷକ ରଞ୍ଜନ କୁମାର ମଲିକ, ଲାଲବାବୁ ଖାନ, ସପନ କୁମାର ବେହେରା, ହେମନ୍ତ ଦାସ, ଘନଶ୍ୟାମ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହିନ୍ଦୀ ଶିକ୍ଷୟିତ୍ରୀ କସ୍ତୁରିକା ଦାସ ଏହି ଦିବସର ସାରମର୍ମ ଅବଗତ କରାଇଥିଲେ । ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ ହିନ୍ଦୀ ଶିକ୍ଷକମାନଙ୍କ ସମସ୍ୟା, କ୍ୟାଡରଭିତ୍ତିକ ସମସ୍ୟା, ୪୮ବର୍ଷିଆ ସମସ୍ୟା ଓ ସମଗ୍ର ରାଜ୍ୟରେ ହିନ୍ଦୀ ଶିକ୍ଷକମାନଙ୍କ ପାଇଁ ଗୋଟିଏ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ସବନମ ଆରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ଶିକ୍ଷକ ଦେବେନ୍ଦ୍ର ଦାସ, ଦଧିବାବନ ପଣ୍ଡା, ଶିକ୍ଷୟିତ୍ରୀ ମାଧୁରୀ ଭଦ୍ର, ତନ୍ମୟୀ ସେଠୀ, ଅମିତା ରାଉତ, ନିର୍ଝରିଣୀ ପଣ୍ଡା, ରାଜଲକ୍ଷ୍ମୀ ମହାରଣା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।


