କେନ୍ଦ୍ରାପଡାରେ ମା’ଗଜଲକ୍ଷ୍ମୀଙ୍କୁ ମେଲାଣି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶେଷରେ ମା ଗଜଲକ୍ଷ୍ମୀଙ୍କୁ ମେଲାଣି ଦିଆଯାଇଛି । ୮ମ ଦିବସରେ ମା’ଙ୍କୁ ମଙ୍ଗଳବାର ମେଲାଣି ଦିଆଯାଇଛି । କୋଭିଡ କଟକଣା ଅନୁପାଳନ ପୂର୍ବକ ସ୍ୱଳ୍ପ ସଂଖ୍ୟକ କମିଟି କର୍ମକର୍ତ୍ତାଙ୍କୁ ନେଇ ଟ୍ରାକ୍ଟରରେ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା । ଏହାପରେ ନୁଆ ବସଷ୍ଟାଣ୍ଡ ସନ୍ନିିକଟ ବାଇପାସ ରାସ୍ତାର ଗୋବରୀ ନଦୀରେ ମା’ଙ୍କ ମୂର୍ତ୍ତିକୁ ବିଷର୍ଜର୍ନ କରାଯାଇଥିଲା । ଏ ନେଇ ଗୋବରୀ ନଦୀ କୂଳରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ମା’ଙ୍କୁ ବିଷର୍ଜନ କରାଯାଇଥିଲ । ସେହିପରି ସହରରେ ମେଢ ପରିକ୍ରମା କରିବା ସମୟରେ ପ୍ରତି ମେଢରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା । କେବଳ ମାତ୍ର କେତେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଉପସ୍ଥିତ ପୋଲିସ କର୍ମଚାରୀମାନେ ଟ୍ରାଫିକ ସମସ୍ୟାର ସମାଧାନ କରିଥିଲେ । ନୂଆ ବସଷ୍ଟାଣ୍ଡ ନିକଟରେ ପୋଲିସର ଏକ ଅସ୍ଥାୟୀ ଶିବିର ବସା ଯାଇଥିଲା । ସେଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ବସି ଆଇନ୍ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ । ବିଭିନ୍ନ ସ୍ଥାନରୁ ମେଢ ଆସି ନୂଆବସଷ୍ଟାଣ୍ଡ ନିକଟରେ ବୁଲି ବାଇପାସର ଗୋବରୀ ନଦୀରେ ବିଷର୍ଜନ କରାଯାଇଥିଲା । ବିନା ବ୍ୟାଣ୍ଡ ପାର୍ଟିରେ କେବଳ ଘଣ୍ଟ ବଜାଯାଇ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା । କରୋନା ମାର୍ଗଦର୍ଶିକାକୁ ପୂଜା କମିଟିର ସମସ୍ୟମାନେ ପାଳନ କରିଥିଲେ । ଫଳରେ ପୋଲିସକୁ କୌଣସି କଠୋର ପଦକ୍ଷେପ ନେବାକୁ ଆବଶ୍ୟକ ପଡି ନ ଥିଲା । ଶାନ୍ତିଶୃଙ୍ଖଳାର ସହିତ ମା’ଙ୍କୁ ମେଲାଣି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ