କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦରମହକୁମାରେ ଜିଲ୍ଲାପାଳ ଏବଂ ଅରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାରସଂସ୍ଥା ଟାଉନ୍ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକଙ୍କ ସନ୍ଦିପ ସମ୍ପଦ ମଡକର, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ, ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ଯୋଗ ଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୩୯ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଗୋଟି ସାମୁହିକ ଅଭିଯୋଗ ଏବଂ ୩୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମ ଭତ୍ତା, ରାସନ୍ କାର୍ଡ ପ୍ରଦାନ, ଇନ୍ଦିରା ଆବାସ ଯୋଜନା, ଜମି ବିବାଦ, ବସୁନ୍ଧରା ଯୋଜନା, ମୃତ୍ୟୁ ସହାୟତା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ଭିନ୍ନକ୍ଷମ ପାଇଁ ଉଦ୍ଦିଷ୍ଟ ଋଣ ଯୋଜନା ଓ ସ୍କୁଲ ଘରର ମତାମତି ଆଦି ଦରଖାସ୍ତ ଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ଧୂମାତର ଅକ୍ଷୟ କୁମାର ସ୍ୱାଇଁ ଓ ଅନ୍ୟାମାନେ ବିବାଦୀୟ ଜମିର ସୀମା ନିର୍ଦ୍ଧାରଣ ସମ୍ପର୍କରେ ଓ ଧୂମାତ ଶାସନର କୁଳମଣୀ ସ୍ୱାଇଁ ଏବଂ ଅନ୍ୟମାନେ ଚାଷ ଜମିରୁ ଜଳ ନିଷ୍କାସନ ସମ୍ପର୍କରେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିରାକାର ନାୟକ, ନରେନ୍ଦ୍ରପୁର, ମାର୍ଶଘାଇକୁ କର୍କଟ ରୋଗର ଚିକିତ୍ସା ସହାୟତା ବାବଦକୁ ୫ ହଜାର ଟଙ୍କା, ଉର୍ବଶୀ ବରାଳ, ଛଚିଣା, ଡେରାବିଶକୁ କର୍କଟ ରୋଗର ଚିକିତ୍ସା ବାବଦକୁ ୧୦ ହଜାର ଟଙ୍କା, ପ୍ରଦୀପ ବେହେରା, କମାରଖଣ୍ଡି, ଇଚ୍ଛାପୁରକୁ ବୃକକ୍ ଚିକିତ୍ସା ସହାୟତା ବାବଦକୁ ୧୦ ହଜାର ଟଙ୍କା, ଉର୍ମିଳା ମଲ୍ଲିକ ପଟ୍ଟାମୁଣ୍ଡାଇଙ୍କ ପୁଅର ଥାଲସେମିଆ ରୋଗ ଚିକିତ୍ସା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ଅର୍ଥ ରାଶି ପ୍ରଦାନ କରାଯାଇଛି ବୋଲି ସୂଚନା ପ୍ରାପ୍ତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ