କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ସଦର ମହକୁମାସ୍ଥିତ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅନୀତା ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ଜୟନ୍ତ କୁମାର ରାଉତରାୟ, କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ତହସିଲଦାର ଅଞ୍ଜଳି ତରାଇ, କେନ୍ଦ୍ରାପଡା ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ମୋଟ୍ ୧୪୦ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୨୧ଗୋଟି ସାମୁହିକ ଅଭିଯୋଗ ଓ ୧୧୯ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ମଧୁବାବୁ ପେନସନ୍ ଯୋଜନା, ଜମିଜମା ମାମଲା, ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ଆଦି ଦରଖାସ୍ତ ଥିଲା । ସେହିପରି ସାମୁହିକ ଅଭିଯୋଗ ଦରଖାସ୍ତ ଗୁଡିକ ମଧ୍ୟରେ ଅଜୟ କୁମାର ନାୟକ ଓ ଅନ୍ୟମାନେ ମୁଣ୍ଡାଳ, ଡେରାବିଶ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ସସ୍ମିତା ଦାସ ରିଘାଗଡ, ରାଜନଗର ମଜୁରୀ ପ୍ରଦାନରେ ଅନିୟମିତତା, କସୋଟି, କେନ୍ଦ୍ରାପଡାର ଶାରଦା ପ୍ରସନ୍ନ ରଥ ଓ ଅନ୍ୟମାନେ ରାସ୍ତାର ଆଲୋକିକରଣ, ଛତା, ଡେରାବିଶର ପଣ୍ଡିତ ଶରତ ମିଶ୍ର ଓ ଅନ୍ୟମାନେ ଛତାଠାରେ ସବ୍ରେଜିଷ୍ଟାର ଅଫିସ ସ୍ଥାପନ, କେନ୍ଦ୍ରାପଡାର ରବିନ୍ଦ୍ର ମହାପାତ୍ର ଓ ଅନ୍ୟମାନେ ଗୋବରୀରୁ ଜଳସେଚନ ପାଇଁ ଜଳ ଯୋଗାଣର ସୁବିଧା ପ୍ରଦାନ ଆଦି ସମ୍ପର୍କରେ ଅଭିଯୋଗ ଦରଖାସ୍ତଗୁଡିକ ଆସିଥିଲା । ଉକ୍ତ ଅଭିଯୋଗଗୁଡିକର ତୁରନ୍ତ ସମାଧାନ ଓ ଆଶୁ ବ୍ୟବସ୍ଥା କରିବାକୁ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମାର୍ଶାଘାଇ ବେରୁଆଁର ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ଉଚ୍ଚଶିକ୍ଷା ପାଇଁ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୫ହଜାର ଟଙ୍କା, ରଘୁନାଥପୁରର ଲୋପାମୁଦ୍ରା ପରିଡାଙ୍କୁ ଉଚ୍ଚଶିକ୍ଷା ପାଇଁ ୧୫ହଜାର ଟଙ୍କା, ବଡପଡା ପଟ୍ଟାମୁଣ୍ଡାଇର ଗାୟତ୍ରୀ ମଲ୍ଲିକଙ୍କୁ ଚିକିତ୍ସା ସହାୟତା ପାଇଁ ୧୫ହଜାର ଟଙ୍କା, ମାଟିଆ ଜାଗୁଳାଇପଡାର ଅର୍ଚ୍ଚନା ନାୟକଙ୍କୁ ୧୫ହଜାର ଟଙ୍କା ଓ ମଶାକଣିର ଅନୁରାଗ ସାହୁଙ୍କୁ ନିଜ ପିଲାର ଉଚ୍ଚଶିକ୍ଷା ପାଇଁ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଅନୁମୋଦନ କରିଥିଲେ ।