କେନ୍ଦ୍ରାପଡାରେ ମିଳିବ ସାଲେପୁର ପ୍ରସିଦ୍ଧ ସ୍ୱାଦିଷ୍ଟ ରସଗୋଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଇଡ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସହଯୋଗରେ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଅନୁଷ୍ଠିତ କର୍ମଶାଳା ଉଦଯାପିତ ହୋଇଯାଇଛି । ରାଇଡର ସମ୍ପାଦକ କିଶୋର କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ୧୩ଦିନିଆ କର୍ମଶାଳାର ଉଦଯାପନୀ ଦିବସରେ ନାବାର୍ଡର ଜିଲ୍ଲା ବିକାଶ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ର, ଗୃହ ବୈଜ୍ଞାନିକ ନମିତା ଶତପଥୀ, ମାର୍ଶାଘାଇ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଗୈାତ୍ତମ କାମିଲା, ସାଲେପୁରସ୍ଥିତ ବିକଳାନନ୍ଦ କର ଆଇ.ଟି.ଆଇ.ର ଦୀପକ ନାଥ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀ ମହିଳାମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ମାର୍ଶାଘାଇର ପେଣ୍ଠରେ ଅନୁଷ୍ଠିତ ଏହି କର୍ମଶାଳାରେ ବିକଳାନନ୍ଦ କର ଫାଉଣ୍ଡେସନ ପକ୍ଷରୁ ପ୍ରଶିକ୍ଷକଙ୍କୁ ପଠାଯାଇ ବିଭିନ୍ନ ପ୍ରକାର ଦୁଗ୍ଧ ଜାତୀୟ ସ୍ୱାଦିଷ୍ଟ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ଉଦଯାପନୀ ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା ।


