କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଫେବୃୟାରୀ ୧୮ରେ କଂଗ୍ରେସର ଆନ୍ଦୋଳନ ଡାକରା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ବିକାଶ ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ଫେବୃୟାରୀ ୧୮ରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତି ନେଇଛି । କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକରେ ସିଦ୍ଧାନ୍ତ ଗୃହିତ ହୋଇଛି । ଡାକ୍ତର ଅଭାବ ଜନିତ ସମସ୍ୟା ସାରା ଜିଲ୍ଲା ତଥା ମୁଖ୍ୟ ସଦର ମହକୁମା ଡାକ୍ତରଖାନାରେ ଅନୁଭୂତ ହୋଇଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଅତିଶୀଘ୍ର ଏହାର ସମାଧାନ ସହ ଜିଲ୍ଲାବାସୀଙ୍କୁ ସବୁ ପ୍ରକାର ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମେଡିକାଲ କଲେଜ ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ରାଜ୍ୟ ସରକାର କେନ୍ଦ୍ରାପଡାରେ ଅନ୍ୟ ଜିଲ୍ଲାମାନଙ୍କ ଭଳି ଏହା ପ୍ରତିଷ୍ଠା କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ଏତଦବ୍ୟତିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ମଧ୍ୟ ଆନ୍ଦୋଳନ ଜରୁରୀ ବୋଲି ସର୍ବସମ୍ମତି ପ୍ରସ୍ତାବରେ କୁହାଯାଇଛି । ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୋବରୀ କେନାଲ ଓ ଗୋବରୀ ନଦୀ ପୁନରୁଦ୍ଧାର କରାଯିବା, ୨୦୧୮ ସେପ୍ଟେମ୍ବର ଅଦିନିଆ ବର୍ଷା ହେତୁ ଜିଲ୍ଲାର ଚାଷୀମାନଙ୍କୁ କ୍ଷତିପୁରଣ ବାବଦ ସହାୟତା ମଞ୍ଜୁରୀ ହୋଇ ଜିଲ୍ଲାପାଳଙ୍କ ନିକଟରେ ଦୀର୍ଘ ୫ମାସ ଧରି ପଡିରହିଥିବା ୧୯.୪୨କୋଟି ଟଙ୍କା କ୍ଷତିଗ୍ରସ୍ତ ଚାଷୀମାନଙ୍କ ମଧ୍ୟରେ ଯୁଦ୍ଧକାଳୀନ ଭିତିରେ ଆବଂଟନ କରାଯିବାକୁ ଦାବି କରାଯାଇଛି । ଫେବୃୟାରୀ ୧୮ରେ ପ୍ରସ୍ତାବିତ ଏହି ମହା ଆନ୍ଦୋଳନରେ କେନ୍ଦ୍ରାପଡା ନଗର,କେନ୍ଦ୍ରାପଡା ବ୍ଲକ ସମେତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଂଚାୟତର ବନ୍ଧୁମାନଙ୍କୁ ସାମିଲ କରିବାକୁ ନିଷ୍ପତି କରାଯାଇଛି । କଂଗ୍ରେସର ଏହି ପ୍ରସ୍ତୁତି ବୈଠକର ପ୍ରାରମ୍ଭରେ ପରଲୋକ ହୋଇଥିବା କଂଗ୍ରେସ ନେତା ଇଛାପୁର ଗ୍ରାମର କ୍ଷତୁ ସାମଲ ଓ ବଡମୁଳବସନ୍ତ ଗ୍ରାମର ଗୁରୁ ଚରଣ ପରିଡାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୈାମେନ୍ଦ୍ର ପୃଷ୍ଟି, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ଶରତ ବେହୁରା, ପ୍ରଶାନ୍ତ ବିଶ୍ୱାଳ, ପ୍ରଦ୍ୟୁମ୍ନ ଜେନା, ଶାରଦା ରାଉତ, ଭାଗିରଥୀ ଜେନା, ପ୍ରଭାତ ଉଡାନସିଂ, ଜ୍ଞାନରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ଭଦ୍ର, ଜ୍ଞାନରଞ୍ଜନ ସାହୁ, ଆଶିଷ ମେକାପ, ଅଜୟ ଦାସ, ବରଦା ଜେନା, ନାରାୟଣ ପରିଡା, ସିଦ୍ଧାର୍ଥ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ