କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜନଶକ୍ତି ପାର୍ଟିର ଆନ୍ଦୋଳନ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଆଜିବି ଜିଲ୍ଲାର ବହୁ ଅଞ୍ଚଳ ଦୁର୍ଗମ ହୋଇ ରହିଛି । ଜରୁରୀ, ଦୂର୍ଘଟଣା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତି ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ପରବର୍ତ୍ତି ସମୟରେ ଉନ୍ନତ ଚିକିତ୍ସା ନିମନ୍ତେ କଟକ କିମ୍ବା ଭୂବନେଶ୍ୱର କୁ ଯାଇଥାଏ । କିନ୍ତୁ ଅନେକ ସମୟରେ ସେଠାରେ ପହଁଚିବା ବେଳକୁ ରୋଗୀଟିର ମୃତ୍ୟୁ ହୋଇଯାଇଥାଏ । ଦିନମଜୁରିଆ ତଥା ଅଭାବି ଲୋକଟି ତାର ସମ୍ପର୍କୀୟ ରୋଗୀଟିକୁ କେନ୍ଦ୍ରାପଡା ବାହାରେ ଜରୁରୀ ଚିକିତ୍ସା କରିବାକୁ ଯାଇ ଜମି ସୁନା ବିକ୍ରୀକରି ସର୍ବଶାନ୍ତ ହୋଇଥାଏ । ଜିଲ୍ଲାବାସୀଙ୍କ ଅନେକ ଦିନର ସ୍ୱପ୍ନ ଉନ୍ନତମାନର ସ୍ୱାସ୍ଥ୍ୟସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ପୂର୍ବ ଭଳି ସ୍ୱପ୍ନ ହୋଇରହିଯାଇଛି । ଦୀର୍ଘ ୫୦ବର୍ଷ ଧରି ସ୍ୱର୍ଗତ ବିଜୁବାବୁଙ୍କ ହସ୍ତମୁଦି ମହଲା ହୋଇଥିବା କେନ୍ଦ୍ରାପଡା ଆଜି ସବୁ ସୁବିଧା ସୁଯୋଗରୁ ବାଦ ପଡିଛି । ଜନଶକ୍ତି ପାର୍ଟି ଦୀର୍ଘଦିନ ଧରି ଗଣଧାରଣା, ସ୍ମାରକପତ୍ର ପ୍ରଦାନ, ବିଭିନ୍ନ ମହାପୁରୁଷଙ୍କ ମୂର୍ତ୍ତି ନିକଟରେ ଅନଶନ କରିବା ପରେ ପ୍ଲାକାର୍ଡ ଶୋଭାଯାତ୍ରା କରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ହାସଲ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି । ଦଳର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ସେକ କଦିର, ସେକ ସଲାମ, ସେକ ଜାକିର, ସେକ ଇସୁପ, ସେକ ସୋଲତା, ହବି ବୁଦ୍ଦିନ, ଜିଲ୍ଲା ଯୁବ ସଭାପତି ଦୁଷ୍ମନ୍ତ ଦାସ, ଅବନି କୁମାର ଦାସ, ବସନ୍ତ ବାରିକ, ସନାତନ ସେଠୀ, ଶ୍ରମିକ ସଭାପତି ରମେଶ ଥାଟୋଇ, ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ବିବେକ ନାୟକ ପ୍ରମୁଖ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନକୁ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ