କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା ଆଜି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ଆହ୍ୱାନରେ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ଦାବି ନେଇ ଜିଲ୍ଲାବାସୀଙ୍କ ପକ୍ଷରୁ ବୁଧବାର ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ । ଜିଲ୍ଲାର ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଏହି ଗଣଧାରଣାରେ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ସାମିଲ ହେବାକୁ ପୂର୍ବରୁ ନିବେଦନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଭଳିିି ଜିଲ୍ଲାର ପ୍ରାୟ ୫୦ ଲକ୍ଷ ସାଧାରଣ ଜନତା ଉପକୃତ ହୋଇପାରିବେ । ଜିଲ୍ଲାରେ ଜାତୀୟ ରାଜପଥ, ରେଳପଥ, ମହାନଦୀ ଓ ବ୍ରାହ୍ମଣୀ ନଦୀର ପ୍ରଭାବ ରହିଥିଲାବେଳେ ସରକାର ୩ଟି ରୁ ୧୧ଟି ସରକାରୀ ମେଡିକାଲ କଲେଜ ଓ ୨୦ରୁ ଉର୍ଦ୍ଧ୍ୱ ବେସରକାରୀ ମେଡିକାଲ କଲେଜ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରିସାରିିଛନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଥିବା ବେଳେ ଏଠାରେ ସରକାରୀ ମେଡିକାଲ କଲେଜଟିଏ ଅଦ୍ୟାବଧି ପ୍ରତିଷ୍ଠା ହୋଇପାରିନାହିଁ । ତେଣୁ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ଦିବସ ଅବସରରେ ରାଜଭବନ ସମ୍ମୁଖରେ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ମାନଙ୍କୁ ନେଇ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହେଉଛି । ଏଥିରେ ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଫକିର ଚରଣ ଖଟୁଆ, ଭାଗିିରଥୀ ଜେନା, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପ୍ରଫେସର ନନ୍ଦ କିଶୋର ପରିଡା, ମୁକ୍ତାର ଖାଁ, ଗୟାଧର ଧଳ, ବୈଷ୍ଣବ ଚରଣ ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ରାଏ, ସୀତାକାନ୍ତ ନାୟକ, ନିରାକାର ଜେନା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଅଭିମନ୍ୟୁ ରାଉତ, ଅଧ୍ୟାପକ ପ୍ରଭାକର ସାମଲ, ରାଜ କୁମାର ବିଶ୍ୱାଳ, ସୋହାନା ବେଗମ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ, ବାବାଜୀ ଧଳ, ନାରଦ ବିଶ୍ୱାଳ, ସଞ୍ଜୟ ରାଉତ ପ୍ରମୁଖ ହଜାର ହଜାର ଜନତା ସାମିଲ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ